fbpx

ରାଜଗାଙ୍ଗପୁରରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

Advertisement

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ରାଜଗାଙ୍ଗପୁରର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ଘଟିଛି । ମୃତକ ୨ ଜଣ ଯୁବକ୍ ସେହି ଗାଁର ବୋଲି ଜଣାପଡିଛି । ଏହି ଘଟଣାରେ ଆଉ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ପଡ଼ିଯାଇଥିବା ପୋଲ ଉଠାଇବା ବେଳେ ୨ଜଣ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।

ସେମାନଙ୍କୁ ତୁରନ୍ତ ରାଜଗାଙ୍ଗପୁର ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ରାଜଗାଙ୍ଗପୁର ଡାକ୍ତର । ଏହା ସହ ଅନ୍ୟ ୨ ଗୁରୁତର ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.