fbpx

ଗୋଟିଏ ଦିନରେ ଝଡ଼ିଗଲା ଦୁଇ ପ୍ରେମିକଙ୍କ ଜୀବନ: ପ୍ରେମ ନିଶା ମଦ ନିଶା ଠାରୁ ବି ଭୟଙ୍କର

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ଦିନରେ ଦୁଇଜଣ ପ୍ରେମିକଙ୍କ ଜୀବନ ସବୁଦିନ ପାଇଁ ଶେଷ ହୋଇଗଲା । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭୁବନେଶ୍ୱରର ନନ୍ଦନବିହାର ଅଞ୍ଚଳର ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ସେ ଜଣେ କଣ୍ଠଶିଳ୍ପୀଙ୍କୁ ଭଲ ପାଉଥିଲେ । ତେବେ ପ୍ରେମିକା ତାଙ୍କ ସହ ପ୍ରତାରଣା କରିଥିବାରୁ ସେ ଆତ୍ମହତ୍ୟା ପରି ପଥକୁ ଆଦରି ନେଇଥିବା ସୌମ୍ୟ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୋଲିସ ବର୍ତ୍ତମାନ ଏହି ନୋଟକୁ ଯାଞ୍ଚ କରୁଥିବା ବେଳେ ତାଙ୍କ ପ୍ରେମିକାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିପାରେ ବୋଲି କୁହାଯାଉଛି ।

ସେହିପରି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ଯୁବକ ପ୍ରେମିକାଙ୍କୁ ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଅଞ୍ଚଳର ପ୍ରତ୍ୟୟ ଜେନା କାକଟପୁରରେ ଏକ ଡ୍ରେସ ଦୋକାନରେ କାର୍ଯ୍ୟ କରି ଆସୁଥିଲେ । ପ୍ରେମିକାଙ୍କ ସହ ଭିଡିଓ କଲରେ କଥା ହେଉଥିବା ସମୟରେ ଉତ୍ତ୍ୟକ୍ତ ହୋଇ ଫ୍ୟାନରେ ରଶି ଲଗାଇ ଦେଇଥିଲେ ପ୍ରତ୍ୟୟ । ଏନେଇ ପ୍ରେମିକା ଜଣଙ୍କ ଭିଡିଓ କଲର ସ୍କ୍ରିନ ସଟ୍ ନେଇ ପ୍ରତ୍ୟୟଙ୍କ ସାଙ୍ଗ ଓ ପରିବାରକୁ ଜଣାଇଥିଲେ । ମାତ୍ର ଘର ଲୋକଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା ।

ତେବେ ଏଠାରେ କହିବାର କଥା ହେଲା, ଏହା କ’ଣ ସତରେ ପ୍ରେମ ନା ପାଗଳାମି । ଗୋଟିଏ ଦିନରେ ପ୍ରେମ ଦ୍ୱିତୀୟ ଦିନରେ ମର୍ଡର କିମ୍ବା ଆତ୍ମହତ୍ୟା । କାହାକୁ ଦୋଷ ଦେବାର ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ପ୍ରଥମେ ଖୁସି ଲାଗୁଥିବା ଏଇ ଆଟ୍ରାକ୍ସନର ପଥ ଯୁବପୀଢ଼ିଙ୍କ ବ୍ରେନକୁ କାବୁ କରିନେଇଥାଏ । ଯେତେବେଳେ ହଠାତ୍ ତାହା ଆମକୁ ମିଳେ ନାହିଁ, ଆମେ ପାଗଳ ହୋଇଉଠୁ । ପ୍ରେମ କରିବାକୁ କାହାକୁ ମନା ନାହିଁ, ମାତ୍ର କ’ଣ ଲାଭ ମିଳିଲା । ତୁମେମାନେ ସିନା ଚାଲିଗଲା, ତୁମକୁ ଜନ୍ମଦେଇଥିବା ପିତାମାତାଙ୍କ କଥା ଥରେ ତ ଭାବ । କମ୍ ବୟସରେ ସନ୍ତାନଙ୍କୁ ହରାଇ ସେମାନଙ୍କର ଅବସ୍ଥା କ’ଣ ହେଉଥିବ । ମଦ ନିଶା ପରି ପ୍ରେମ ଏକ ନିଶା । ଯେତେବେଳେ ଏହି ନିଶା ଯୁବପୀଢ଼ିକୁ ମିଳେନାହିଁ ସେମାନେ ପାଗଳ ହୋଇଯିବା ସହ କିଛିବି କରିବାକୁ ପଛାଇ ନଥାନ୍ତି ।

ଗୋଟିଏ ଦିନରେ ଦୁଇ ଦୁଇଟି ଜୀବନ ଅକାରଣରେ ଚାଲିଗଲା । ଏଥିପାଇଁ ବାସ୍ତବରେ ଦାୟୀ କିଏ? ପିତାମାତା, ସାଙ୍ଗସାଥୀ, ବୟସ ନା ସମାଜ ଦାୟୀ? ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି । ତେବେ ଆଜିର ଯୁବକ ଯୁବତୀମାନେ ନିଜକୁ ନିଜେ ବୁଝିବା ଦରକାର । ଟିକିଏ ଖୁସି ପାଇବାକୁ ଯାଇ ନିଜକୁ ନଷ୍ଟ କରିବା ସହ ପରିବାର ଓ ସମାଜକୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେବାକୁ ପଛାଉ ନାହାନ୍ତି । ଆଜିର ଯୁବକ ଯୁବତୀମାନେ ପ୍ରେମର ପ୍ରକୃତ ପରିଭାଷା କ’ଣ, ଆମେ କ’ଣ କରୁଛେ ତାହା ଜାଣିବା ନିହାତି ଜରୁରୀ । ଏ ସମସ୍ତ ଘଟଣା ପାଇଁ ଆଜିର ଯୁବକ ଯୁବତୀମାନେ ନିଜେ ହିଁ ଦାୟୀ, ଅନ୍ୟକୁ ଦୋଷ ଦେବାର କୌଣସି ଆବଶ୍ୟକ ନାହିଁ ।

Get real time updates directly on you device, subscribe now.