fbpx
BSKY
BJD MS SKY
BJD YOUTH SKY

ୟୁଟ୍ୟୁବର୍ ‘ହିନ୍ଦୁସ୍ତାନୀ ଭାଉ’ଙ୍କୁ ଗିରଫ କଲା ଧାରାବୀ ପୋଲିସ୍, ଏହା ହେଉଛି କାରଣ

ମୁମ୍ବାଇ: ଧାରାବୀରେ ସୋମବାର ଦିନ ଛାତ୍ର ମାନେ କରିଥିବା ବିରୋଧ ପ୍ରଦର୍ଶନ ମାମଲାରେ ପୋଲିସ୍, ୟୁଟ୍ୟୁବର୍ ହିନ୍ଦୁସ୍ତାପୀ ଭାଉ ଓରଫ୍ ବିକାଶ ଫାଟକଙ୍କୁ ଗିରଫ କରିଛି । ମାମଲାରେ ଫାଟକ୍ ଓ ଅନ୍ୟ କିଛି ଜଣକ ନାମରେ ଏଫଆଇଆର୍ ଦାୟର୍ ହୋଇଛି । ସୂଚନା ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଫଲାଇନ୍ ପରୀକ୍ଷାକୁ ବନ୍ଦ କରିବାକୁ ନେଇ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ଅପିଲ୍ କରିଥିଲେ ବିକାଶ ଫାଟକ । ଏହି ଖବର ସାମନାକୁ ଆସିବା ପରେ ଧାରାବୀ ପୋଲିସ୍ ତାଙ୍କୁ ଗିରଫ କରିଛି ।

ସୂଚନା ଯେ, ଧାରାବୀ ନିକଟରେ ଛାତ୍ରଛାତୀ ମାନେ ଆନ୍ଦୋନଳ କରିବାକୁ ହିନ୍ଦୁସ୍ତାନୀ ଭାଉ ଓରଫ ବିକାଶ ଫାଟକ ଉସକାଇଥିଲେ । ଧାରାବୀ ଅଞ୍ଚଳରେ ପିଲାମାନଙ୍କୁ ରୁଣ୍ଡ ହେବାକୁ ସେ କହିଥିଲେ । ପୋଲିସ୍ ର କହିବା କଥା ଯେ, ବିକାଶ ଫାଟକ ହିଁ ଆନ୍ଦୋଳନ କରିବାକୁ କହିଥିବାର ପ୍ରମାଣ ରହିଛି । ପୂର୍ବରୁ ଏହି ମାମଲାକୁ ନେଇ ଡେପୁଟି କମିଶନର ପ୍ରଣୟ ଅଶୋକ କହିଥିଲେ ଛାତ୍ରଛାତ୍ରୀଙ୍କୁ ଉସକାଉଥିବା ଯେକୌଣସି ବ୍ୟକ୍ତି ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଓ ଆଇନ ଅନୁସାରେ ଦଣ୍ଡିତ କରାଯିବ ।

Get real time updates directly on you device, subscribe now.