fbpx
BJD SKY
BJD SKY

Modi Degree Case:ଏମିତି କେଉଁ କଲେଜ ଅଛି ଯିଏ ନିଜ ଛାତ୍ରକୁ ପ୍ରଧାନମନ୍ତ୍ରୀ ହେବାର ନେଇ ଗର୍ବ କରୁନାହଁ ;ଉଦ୍ଧବ ଠାକରେ

BJD

ମୁମ୍ବାଇ: ମୋଦୀଙ୍କ ଡିଗ୍ରୀକୁ ନେଇ ରାଜନୀତି ଏବେ ସରଗରମ ରହିଛି । ବିରୋଧୀ ମାନେ ପ୍ରତିଟି କଥାରେ ମୋଦୀଙ୍କୁ ଟାଗ୍ରେଟ କରୁଛନ୍ତି । ତେବେ ନିକଟରେ ଶିବ ସେନାର ପ୍ରମୁଖ ଉଦ୍ଧବ ଠାକରେଙ୍କୁ ମଧ୍ୟ ଡିଗ୍ରୀ କଥାକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛନ୍ତିି । ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଏ, ତେବେ ୨୫,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ। ଏପରି କେଉଁ କଲେଜ ଅଛି ଯାହା ନିଜର ଛାତ୍ରକୁ ପ୍ରଧାନମନ୍ତ୍ରୀ ହୋଇଥିବା ନେଇ ଗର୍ବ ଅନୁଭବକରୁ ନାହିଁ। ଏହା ସହିତ ସେ ବିଜେପିର ଅଭିଯୋଗ ଉପରେ ମଧ୍ୟ କଢ଼ା ପ୍ରତିଉତ୍ତର ଦେଇଥିଲେ ।

ମହାରାଷ୍ଟ୍ରର ପୂର୍ବତନ ସିଏମ୍ କହିଛନ୍ତି ଯେ ହଁ, ଆମେ (MVA ସହଯୋଗୀ ଦଳ) ଶକ୍ତି ପାଇଁ ଏକାଠି ହୋଇଥିଲୁ, କିନ୍ତୁ ଏହାକୁ ହରାଇବା ସତ୍ତ୍ୱେ ଆମେ ପୂର୍ବ ଅପେକ୍ଷା ଏକାଠି ଏବଂ ଶକ୍ତିଶାଳୀ ଅଟୁ। ବିଜେପି ଅଭିଯୋଗ କରିଛି ଯେ ଉଦ୍ଧବ ଠାକରେ କେବଳ ମୁଖ୍ୟମନ୍ତ୍ରୀ ହେବା ପାଇଁ ଭିନ୍ନ ଭିନ୍ନ ମତ ଦେଇ କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସହିତ ଏକ ମେଣ୍ଟ କରିଛନ୍ତି। କିନ୍ତୁ ଠାକରେ କହିଛନ୍ତି ବିଜେପି ସୁଯୋଗ ଦେଖନ୍ତି, ଆଉ ଲୋକଙ୍କୁ ପୋଲାରାଇଜ କରିବା ଆରମ୍ଭ କରନ୍ତି ।

ଠାକରେ କହିଛନ୍ତି ଯେ ଯେତେବେଳେ ବି ନିର୍ବାଚନ ଅନୁଷ୍ଠିତ ହୁଏ, ସେମାନେ (ବିଜେପି) ଲୋକଙ୍କୁ ପୋଲାରାଇଜ୍ କରନ୍ତି। ତାଙ୍କର ମହାନତା କ’ଣ ବାଖ୍ୟା କରୁଛି ? ସମ୍ବିଧାନର ଶପଥ ନେବା ସତ୍ତ୍ୱେ ଯଦି ଆପଣ ପୋଲାରାଇଜ୍ କରୁଛନ୍ତି, ତେବେ ଆପଣ ସମ୍ବିଧାନକୁ ଅପମାନ କରୁଛନ୍ତି।ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ​​କିନ୍ତୁ ସୌଭାଗ୍ୟବଶତଃ ନ୍ୟାୟପାଳିକା ଏହା କରିବାକୁ ଦେଇନଥିଲେ ।

ସୂଚନାମୁତାବକ ଗୁଜୁରାଟ ହାଇକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ର ଏକ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି । ଯେଉଁଥିରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ କୁହାଯାଇଥିଲା । ଏହାପରେ କେଜ୍ରିୱାଲଙ୍କ ଉପରେ କୋର୍ଟ ୨୫,୦୦୦ ଟଙ୍କା ଜୋରିମାନା ମଧ୍ୟ ଦେଇଛନ୍ତି ଏବଂ ତାଙ୍କୁ ଚାରି ସପ୍ତାହ ମଧ୍ୟରେ ଗୁଜୁରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଜିଏସଏଲଏସଏ) ରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.