fbpx

ଉଦ୍ଧବଙ୍କ ଇମୋସନାଲ କାର୍ଡ: ଫେସବୁକ୍ ଲାଇଭରେ ଉଠାଇଲେ ଇସିଙ୍କ ଉପରେ ପ୍ରଶ୍ନ, ସିନ୍ଦେ ଗ୍ରୁପ୍ ଉପରେ ବି ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ଶିବସେନା ନାମ ଏବଂ ଧନୁ-ତୀର ଚିହ୍ନକୁ ଅସ୍ଥାୟୀ ଭାବରେ ଫ୍ରିଜ୍ କରିବା ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଏହା ଉପରେ ପ୍ରତିକ୍ରୟା ରଖିଛନ୍ତି । ସେ ଆଜି ଫେସବୁକ୍ ଲାଇଭ ଦ୍ୱାରା ରାଜ୍ୟର ଲୋକଙ୍କ ସହ କଥା ହୋଇଛନ୍ତି । ଉଦ୍ଧବ ଗୋଟିଏ ପଟେ ଇମୋସନାଲ କାର୍ଡ ଖେଳିଛନ୍ତି, ସେହିଭଳି ଅନ୍ୟପଟେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ଠାକରେ ପୁଣି ଥରେ ସିନ୍ଦେ ଗ୍ରୁପ୍ ଉପରେ ଟାର୍ଗେଟ କରି କହିଛନ୍ତି । ସେ କହିଛନ୍ତି ଯେ ମୁଁ ବାଲାସାହେବ ଠାକରେଙ୍କ ପୁଅ । ମୋର ପିତା ଏବଂ ଜେଜେବାପା ଶିଖାଇଛନ୍ତି ଯେ ଯଦି ନିଜ ଭିତରେ ଆତ୍ମବିଶ୍ୱାସ  ରହିଛି, ତେବେ କେହି ଆପଣଙ୍କୁ ରୋକି ପାରିବନାହିଁ । ଉଦ୍ଧବ କହିଛନ୍ତି ଯେ ମୁଁ ଜାଣିଛି କିପରି ୧୯ ଜୁନ୍ ୧୯୬୬ ରେ ଶିବାଜୀ ପାର୍କରେ ଶିବସେନାର ମୂଳଦୁଆ ପଡ଼ିଥିଲା ।

ଏହି ସମୟରେ ଉଦ୍ଧବ ପୁଣିଥରେ ବିଦ୍ରୋହୀଙ୍କ ଉପରେ ଆକ୍ରମଣାତ୍ମକ ହୋଇଥିଲେ । ସେ କହିଛନ୍ତି ଯେ ବିଦ୍ରୋହ କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ଖରାପ । ଏଭଳି ଲୋକ ଶିବସେନାକୁ ଶେଷ କରିବାକୁ ଯାଉଛନ୍ତି । ଉଦ୍ଧବ କହିଛନ୍ତି ଯେ  ବାଲାସାହେବଙ୍କ ପୁଅ ଚାହୁନଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏଥିପାଇଁ ତାଙ୍କୁ ଭାଜପା ସହଯୋଗରେ ମୁଖ୍ୟମନ୍ତ୍ରୀ ପଦ ମିଳିଲା । ଏପର୍ଯ୍ୟନ୍ତ ଠିକ୍ ଥିଲା କିନ୍ତୁ ଏବେ ସେ ଶିବସେନା ମୁଖ୍ୟ ହେବାକୁ ଚାହୁଛନ୍ତି । ଯାହା ଠିକ୍ ନୁହେଁ । ସେ କହିଛନ୍ତି ଯେ ଆଜି ମୁଁ ପୁଣି ବିଦ୍ରୋହୀଙ୍କୁ ଚାଲେଞ୍ଜ କରୁଛି । ଯଦି ସାହସ ଅଛି ତେବେ ବାଲାସାହେବ ଠାକରେଙ୍କ ନାଁ ନନେଇ ମଇଦାନକୁ ଓହ୍ଲାନ୍ତୁ ଏବଂ ନିର୍ବାଚନ ଲଢ଼ନ୍ତୁ ।

ଖାଲି ସେତିକି ନୁହେଁ ଉଦ୍ଧବ ନିର୍ବାଚନ ଆୟୋଗଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ମାମଲା ଏବେ ବି କୋର୍ଟରେ ରହିଛି, କିନ୍ତୁ ନିର୍ବାଚନ ଆୟୋଗ ନିର୍ବାଚନ ଚିହ୍ନ ଫ୍ରିଜ୍ କରିଦେଇଛନ୍ତି । ଆମକୁ ଏକ ନୂଆ ନିର୍ବାଚନୀ ଚିହ୍ନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମେ ତିନି ସଂଙ୍କେତର ବିକଳ୍ପ ଦେଇଛୁ, ତ୍ରିଶୂଳ, ମସାଲ ଏବଂ ଉଦୟ ହେଉଥିବା ସୂର୍ଯ୍ୟ । ଶିବସେନା ନାମ ପାଇଁ ବାଲାସାହେବ ଠାକରେ, ଶିବସେନା ବାଲାସାହେବ ପ୍ରବୋଧନକର ଠାକରେ ଏବଂ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ମଧ୍ୟ କହିଛନ୍ତି । ଏବେ ନିର୍ବାଚନ ଆୟୋଗକଙ୍କୁ ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବା ଦରକାର । ଫଳରେ ଆମେ ଜନତାଙ୍କୁ ସାମ୍ନାକୁ ଯାଇପାରିବୁ ।

ଉଦ୍ଧବ ଆହୁରି କହିଛନ୍ତି ଭାଜପା ସିନ୍ଦେ ଗ୍ରୁପ୍ କୁ ବ୍ୟବହାର କରୁଛି ଏବଂ କାମ ସରିଗଲେ ତାହାକୁ ଫିଙ୍ଗିଦେବେ । ସେ କହିଥିଲେ ସିନ୍ଦେ ଗ୍ରୁପ୍ ର ବ୍ୟବହାର ହୋଇସାରିଛି । ଏହାଦ୍ୱାରା ଶିବସେନାର ନାମ ଏବଂ ଚିହ୍ନ ଫ୍ରିଜ୍ ହେବାର ଥିଲା ଏବଂ ଏହା କରାଯାଇସାରିଛି ।

Get real time updates directly on you device, subscribe now.