fbpx
BSKY
BJD SHG SKY
BJD YOUTH SKY

UGC ଓ AICTEର କଡ଼ା ଚେତାବନୀ: ସାବଧାନ ହୁଅନ୍ତୁ, ଜାରି ହେଲା ୨୪ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା, ଲିଷ୍ଟରେ ଓଡ଼ିଶାର ୨ଟି ସଂସ୍ଥା

ନୂଆଦିଲ୍ଲୀ: ଦେଶର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରିଥାନ୍ତି । ଏଥିପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ତରଫରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଇଥାଏ । ତେବେ ଦିନକୁ ଦିନ ଦେଶରେ ନକଲି ଶିକ୍ଷାନୁଷ୍ଠାନର ପ୍ରାଦୁର୍ଭାବ ବଢ଼ି ଚାଲଛି । ତେଣୁ ଏନେଇ ୟୁଜିସି ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ୟୁଜିସି ପକ୍ଷରୁ ପକ୍ଷରୁ କୁହାଯାଇଛି, ଯୁକ୍ତଦୁଇ ପାସ ପରେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରବେଶ ପୂର୍ବରୁ ଏନେଇ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ । ୟୁଜିସି ୱେବସାଇଟକୁ ଯାଇ ଭେରିଫାଏ କରିବା ପରେ ହିଁ ଆଡମିଶନ କରନ୍ତୁ । ପାକିସ୍ତାନର କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ଅନୁଚିତ । କାରଣ ସେଠାକାର ଡିଗ୍ରୀ ନିଜ ଦେଶରେ ମଧ୍ୟ ଅମାନ୍ୟ ଅଟେ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟରେ ୟୁଜିସି ୨୭ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା ଜାରି କରି ସେଠାରେ ଆଡମିଶନ ନ ନେବାକୁ ଚେତାବନୀ ଦେଇଛି ।

କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ ଓ ଅଭିଭାବକ ତାହା ୟୁଜିସିର ମାନ୍ୟତାପ୍ରାପ୍ତ କି ନା ସେନେଇ ଯାଞ୍ଚ କରିବା ଆବଶ୍ୟକ । ଓପନ ଇଣ୍ଟରନ୍ୟାସନାଲ ୟୁନିଭରସିଟି ଅଫ୍ ଅଲଟରନେଟିଭ ମେଡିସିନ୍ସ ଓ ନ୍ୟାସନାଲ ବୋର୍ଡ ଅଫ୍ ଅଲଟରନେଟିଭ ମେଡିସିନ୍ସ ପରି ଶିକ୍ଷାନୁଷ୍ଠାନମାନଙ୍କରେ ୟୁଜିସିର ଅଧିନିୟମ ୧୯୫୬ର ଉଲ୍ଲଂଘନ କରାଯାଇ ପାଠ୍ୟକ୍ରମ ଚଲାଯାଉଛି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ଅନୁଚିତ । ୟୁଜିସି ଓ ଏଆଇସିଟିଇ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦିଆଯିବା ସହ ଏପରି ୨୪ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା ଜାରି କରାଯାଇଛି ।

Get real time updates directly on you device, subscribe now.