fbpx

ବାହାରିଲାନି ସମାଧାନର ବାଟ ; ଆଜି ପୁଣି କୋର୍ଟରେ ହାଜର ହୋଇଥିଲେ ବର୍ଷା-ଅନୁଭବ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ପ୍ରାୟ ଦୁଇରୁ ଅଢେଇ ବର୍ଷ ଧରି ଚାଲିଛି । ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି । ଗୋଟିଏ ପରେ ଗୋଟିଏ ପିଟିସନ୍ କୋର୍ଟରେ ଦାୟର ହେଉଛି ଏବଂ ଏହି ମାମଲା ମଧ୍ୟ ସେତିକି ବଢିବାରେ ଲଗିଛି । କେତେବେଳେ ଉଭୟ ପକ୍ଷୋ କୋର୍ଟରେ ହାଜର ହେଉଛନ୍ତି ତ ଅନ୍ୟ କେତେବେଳେ ଜଣେ ଥିଲେ ଅନ୍ୟ ଜଣେ ହାଜର ହେଉନାହିଁ । ଆଉ କେତେବେଳେ ଉଭୟ ପକ୍ଷରୁ କେହି ହାଜର ହେଉନାହାନ୍ତି । ଏସବୁ ମଧ୍ୟରେ କେବଳ ତାରିଖ ଗଡି ଗଡି ଚାଲିଛି ।

ଆଜି ମଧ୍ୟ ସେମାନଙ୍କର ଗୋଟିଏ ତାରିଖ ଥିଲା । ଉଭୟ ପକ୍ଷରେ ଫ୍ୟାମିଲ କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ସାକ୍ଷୀ ଗ୍ରହଣ ଶେଷ ହୋଇନଥିଲା । ଅନୁଭବଙ୍କ ଓକିଲଙ୍କ କହିବା ହେଲା ବର୍ଷା ବିଳମ୍ବରେ ପହଞ୍ଚିବା କାରଣରୁ ସମସ୍ତ ସାକ୍ଷୀ ଗ୍ରହଣ ହୋଇପାରିଲା ନାହିଁ । ତେଣୁ ଆଜି ବି ଏହି ଧାରା ଅଧାରେ ରହିଲା । ପୁଣି ଅନ୍ୟ ଏକ ତାରିଖକୁ ଅପେକ୍ଷା । ଯେଉଁ ପର୍ଯ୍ୟନ୍ତ ସମସ୍ତ ସାକ୍ଷ୍ୟ ଗ୍ରହଣ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ଉଭୟ ପକ୍ଷ କୋର୍ଟରେ ହାଜର ହେବେ ।

ତେବେ ଆଜି ବି ସମାଧାନର କୌଣସି ସୂତ୍ର ବାହାରିନାହିଁ । ଉଭୟ ହାଜର ହେବା ପରେ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ । ତେବେ ଏବସୁ କୁ ନେଇ ଅନୁଭବ ଓ ବର୍ଷାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବିରକ୍ତି ଭାବ ପ୍ରକାଶ ପାଇଛି । କେବେ ଏସବୁର ସମାଧାନ ହେବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ।

ସୂଚନାଯୋଗ୍ୟ, ପୂର୍ବରୁ ବର୍ଷାଙ୍କୁ ଏକ ଝଟକା ଲାଗିଥିଲା । ସୋସିଆଲ ମିଡିଆରେ ଅନୁଭବଙ୍କ ବୟାନବାଜିକୁ ନେଇ ବର୍ଷା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏକ ପିଟିସନ୍ ଫାଇଲ କରିଥିଲେ । ଏହାକୁ କୋର୍ଟ ଖାରଜ କରି ଦେଇଥିଲେ ।

Get real time updates directly on you device, subscribe now.