fbpx
BSKY
BJD SHG SKY
BJD YOUTH SKY

UGC ନିର୍ଦ୍ଦେଶ: ୧୯ଟି କୋର୍ସର ଅନଲାଇନ ଓ ଡିଷ୍ଟାନ୍ସ ଶିକ୍ଷା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଡିଷ୍ଟାନ୍ସ ଓ ଅନଲାଇନ ମୋଡ଼ରେ ଚାଲୁଥିବା କିଛି କୋର୍ସ ଉପରେ ବିଶ୍ୱ ବିଦ୍ୟାଳୟ ଅନୁଦାନ (ୟୁଜିସି) ରୋକ ଲାଗୁ କରିଛି । ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ବିନା ସ୍ୱୀକୃତିରେ ଏଭଳି କୋର୍ସ ପ୍ରଦାନ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନଲାଇନ କିମ୍ବା ଡିଷ୍ଟାନ୍ସ ମୋଡ଼ରେ ନାମଲେଖା ନେଇ ୧୯ଟି କୋର୍ସକୁ ବାରଣ କରାଯାଇଛି ।

ଓପନ ଓ ଡିଷ୍ଟାନ୍ସ ମୋଡ଼ରେ ଅନଲାଇନରେ ଶିକ୍ଷା ପ୍ରଦାନ ନେଇ ୟୁଜିସି ଦେଶର ୟୁନିଭରସିଟି, ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ଦେଇଥାଏ । ମାତ୍ର କିଛି ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମତିରେ କୋର୍ସ ପ୍ରଦାନ କରୁଥିବା ସାମ୍ନାକୁ ଆସିଛି । ତେଣୁ ଇଞ୍ଜିନିୟରିଂ, ମେଡିକାଲ, ଫିଜିଓଥେରାପି, ଅକୁପେସନାଲ ଥେରାପି ଓ ଅନ୍ୟ ମେଡିକାଲ କୋର୍ସ, ଫାର୍ମାକୋଲୋଜି, ନର୍ସିଂ, ଡେଣ୍ଟିଷ୍ଟ୍ରି, ଆର୍କିଟେକଚର, ଆଇନ, କୃଷି, ହର୍ଟିକଲଚର, ହୋଟେଲ ମ୍ୟାନେଜମେଣ୍ଟ, କ୍ୟାଟେରିଂ ଟେକ୍ନୋଲୋଜି, କୁଲିନାରୀ ବିଜ୍ଞାନ, ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ, ଭିଜୁଆଲ ଆର୍ଟ୍ସ ଓ ସ୍ପୋର୍ଟସ, ଆଭିଏସନ, ୟୋଗ, ପର୍ଯ୍ୟଟନ ଓ ହସ୍ପିଟାଲିଟି ମ୍ୟାନେଜମେଣ୍ଟ, ପିଏଚଡି, ଏମ.ଫିଲ କୋର୍ସକୁ ଅନଲାଇନ କିମ୍ବା ଡିଷ୍ଟାନ୍ସ ମୋଡ଼ରେ ବାରଣ କରାଯାଇଛି ।

ଆୟୋଗଙ୍କ ଅଫିସ ସୂତ୍ର ମୁତାବକ, ନାର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ଜୁଲାଇ-ଅଗଷ୍ଟ ୨୦୨୩ ଓ ଜାନୁଆରୀ-ଫେବୃଆରୀ ୨୦୨୪ ପାଇଁ ଡିଷ୍ଟାନ୍ସ ଓ ଅନଲାଇନ କୋର୍ସ ପାଇଁ ଅନୁମତି ନେଇନଥିଲା । ଏଥିସହିତ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ୱର ୟୁନିଭରସିଟି, ତାମିଲନାଡ଼ୁର ପେରିୟାର ୟୁନିଭରସିଟିରେ ନାମଲେଖାକୁ ବ୍ୟାନ କରାଯାଇଛି । ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ଡିଷ୍ଟାନ୍ସ ଓ ଅନଲାଇନ କୋର୍ସରେ ନାମଲେଖା ପ୍ରକ୍ରିୟା ସାରିବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.