fbpx
BJD SKY
BJD SKY

ପଡିଆରେ ତୋଫାନ ସୃଷ୍ଟି କରିବେ ଜୁନିୟର ଦ୍ରାବିଡ୍‌, ଏହି ଟିମ୍ ଲାଗି ଖେଳିବାକୁ ହୋଇଛନ୍ତି ମନୋନୀତ

BJD

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଜଣେ ସୁଦକ୍ଷ ବ୍ୟାଟସମ୍ୟାନ ଭାବରେ ପ୍ରତି କ୍ରିକେଟପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । ଦ୍ରାବିଡ ଟେଷ୍ଟ ଓ ୱାନ ଡେ’ରେ କ୍ରିକେଟପ୍ରେମୀଙ୍କୁ ବହୁତ ସ୍ମରଣୀୟ ମୁହୂର୍ତ୍ତ ଭେଟି ଦେଇଛନ୍ତି । ଏବେ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଅର୍ଥାତ୍ ଜୁନିୟର ଦ୍ରାବିଡ ୧୯ ବର୍ଷରୁ କମ୍ କ୍ରିକେଟରେ ଧମାକା ସୃଷ୍ଟି କରିବାକୁ ଯାଉଛନ୍ତି । କର୍ଣ୍ଣାଟକର ୧୯ ବର୍ଷରୁ କମ୍ ଟିମ୍‌ରେ ସମିତଙ୍କୁ ସାମିଲ କରାଯାଇଛି ।

ସମିତ ଭିନୁ ମଙ୍କଡ ଅଣ୍ଡର ୧୯ ୱାନ ଡେ’ ଟୁର୍ଣ୍ଣାମେଣ୍ଟରେ ଖେଳିବେ । ୧୨ ଅକ୍ଟୋବରରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦ୍ରାବିଡଙ୍କ ଛୋଟ ପୁଅ ଅନ୍ୱୟ ବି କ୍ରିକେଟ ଖେଳୁଛନ୍ତି । ଚଳିତବର୍ଷ ଅନ୍ୱୟଙ୍କୁ ୧୪ ବର୍ଷରୁ କମ୍ ଜୋନାଲ ଟୁର୍ଣ୍ଣାମେଣ୍ଟରେ କ୍ୟାପଟେନ କରାଯାଇଥିଲା ।

ରାହୁଲ ଦ୍ରାବିଡ ଟେଷ୍ଟ କ୍ରିକେଟରେ ୧୩୨୮୮ ରନ୍ କରିଛନ୍ତି । ଏଥିରେ ୩୬ ଶତକ ଓ ୬୩ ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୱାନ ଡେ’ ଇଣ୍ଟରନ୍ୟାସନାଲରେ ଦ୍ରାବିଡଙ୍କ ନାମରେ ୧୦୮୮୯ ରନ୍‌ର ରେକର୍ଡ ରହିଛି ।

Get real time updates directly on you device, subscribe now.