UGC NET 2024: ସ୍ଥଗିତ ହେଲା 15 ଜାନୁଆରୀରେ ହେବାକୁ ଥିବା ପରୀକ୍ଷା, ଏହି କାରଣ କହିଲା NTA
ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ସ୍ଥଗିତ ହେଲା UGC NET ପରୀକ୍ଷା । କେବଳ 15 ତାରିଖ ପରୀକ୍ଷା ହେବ ନାହିଁ ।
ନୂଆଦିଲ୍ଲୀ: ସ୍ଥଗିତ ହେଲା UGC NET ପରୀକ୍ଷା । ଜାନୁଆରୀ 15 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ତେବେ ଏହାର କାରଣ ମଧ୍ୟ କୁହାଯାଇଛି ।
ଏହି କାରଣ ପାଇଁ ପରୀକ୍ଷା ସ୍ଥଗିତ- ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଏହି ତାରିଖରେ ପାଳିତ ଅନ୍ୟାନ୍ୟ ପର୍ବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଜେନ୍ସି ପରୀକ୍ଷା ସ୍ଥଗିତ ରଖିବା ସମ୍ପର୍କରେ ସରକାରୀ ୱେବସାଇଟ୍ ugcnet.nta.ac.in ରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ କେବଳ 15 ତାରିଖ ପରୀକ୍ଷାକୁ ହିଁ ସ୍ଥିଗିତ ରଖାଯାଇଛି । କିନ୍ତୁ 16 ତାରିଖରେ ହେବାକୁ ଥିବା ପରୀକ୍ଷା ହେବ ବୋଲି କୁହାଯାଇଛି । କାର୍ଯ୍ୟସୂଚୀ ଅନୁସାରେ, ପରୀକ୍ଷା ହେବ ବୋଲି କୁହାଯାଇଛି ।
NTA ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ସୂଚନା ଦେଇଛି ଯେ ଜାନୁଆରୀ 15 ରେ ହେବାକୁ ଥିବା UGC NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନୂତନ ପରୀକ୍ଷା ତାରିଖ ସମ୍ପର୍କରେ ସୂଚନା ପରେ ସରକାରୀ ୱେବସାଇଟ୍ ugcnet.nta.ac.in ରେ ଘୋଷଣା କରାଯିବ ।
ତେବେ 15 ତାରିଖରେ ହେବାକୁ ଥିବା ପରୀକ୍ଷା କେବେ ଶେଷ ହେବ ସେନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ସମସ୍ତ ପରୀକ୍ଷା ଶେଷ ହେବା ପରେ ଏହି ପରୀକ୍ଷା ହେବ ବୋଲି କୁହାଯାଉଛି ।