fbpx

ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୟୁଜିସି ନୂଆ ଗାଇଡ୍‌ଲାଇନ୍‌: ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା, ଅକ୍ଟୋବର ୧ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ

ଜୁଲାଇ ୩୧ ପୂର୍ବରୁ ଦ୍ୱାଦଶ ଫଳାଫଳ

Advertisement

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କରୋନା କଟକଣାକୁ ଅନୁପାଳନ କରି ୨୦୨୧-୨୨ ନୂତନ ଶିକ୍ଷାବର୍ଷରେ ଆଡମିଶନ ଓ ପରୀକ୍ଷାକୁ ନେଇ ନୂଆ ଦିଶା ନିର୍ଦ୍ଦେଶ ଓ ଶୈକ୍ଷଣୀୟ କ୍ୟାଲେଣ୍ଡର ଜାରି କରିଛି ।

ନୋଟିସ୍‌ ଅନୁଯାୟୀ, ପ୍ରଥମ ବର୍ଷର କ୍ଲାସ୍‌ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ଆରମ୍ଭ ହେବ । ଆୟୋଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ପ୍ରବେଶ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ସେମିଷ୍ଟାରର କ୍ଲାସ୍‌ ଅକ୍ଟୋବର ୧ ତାରିଖ କିମ୍ବା ଏହା ପୂର୍ବରୁ ଆରମ୍ଭ ହେବ । ଖାଲିଥିବା ସିଟ୍‌ ପୂରଣ ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି । ୟୁଜିସି ପକ୍ଷରୁ କୁହାଯାଇଛି ଯେ ସ୍ନାତକର ଦ୍ୱିତୀୟ ଓ ତୃତୀୟ ବର୍ଷ ତଥା ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ କ୍ଲାସ୍‌ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମୋଡ୍‌ରେ ଆରମ୍ଭ ହେବା ଆବଶ୍ୟକ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ (୨୦୨୦-୨୧) ଶିକ୍ଷାବର୍ଷ ପାଇଁ ଟର୍ମିନାଲ୍‌ ସେମିଷ୍ଟର ଏବଂ ଶେଷ ବର୍ଷ ସେମିଷ୍ଟରର ପରୀକ୍ଷା ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଅନ୍‌ ଲାଇନ୍‌ କିମ୍ବା ଅଫ୍‌ ଲାଇନ୍‌ (ପେନ୍‌ ପେପର୍‌ ମୋଡ୍‌) କିମ୍ବା ବ୍ଲେଂଣ୍ଡେଡ୍‌ ମୋଡ୍‌ ରେ ସମ୍ପନ୍ନ କରାଯିବା ଉଚିତ୍‌ ।

ସେହିପରି ପରୀକ୍ଷା ଗୁଡିକର ଆୟୋଜନ କରୋନା ଗାଇଡ଼୍‌ ଲାଇନକୁ ଅନୁାଳନ କରି କରାଯିବା ଉଚିତ୍‌ । ସେହିରି ଉଚ୍ଚ ଶିକ୍ଷା ସଂସ୍ଥାନ ଗୁଡିକୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରବେଶ ପକ୍ରିୟା ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡ଼ ଦ୍ୱାରା ଫଳାଫଳ ଘୋଷଣା ପରେ ହିଁ ଆରମ୍ଭ ହେବ । ଏହା ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ଯେ, ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ବୋର୍ଡ଼ ସହିତ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇକୁ ନିର୍ଦ୍ଦେଶ ଦେଇଥିଲେ ଯେ, ସେମାନେ ଜୁଲାଇ ୩୧ ତାରିଖ ପୂର୍ବରୁ ବୋର୍ଡ଼ର ଫଳାଫଳ ଘୋଷଣା କରନ୍ତୁ । ଯାହାଦ୍ୱାରା କଲେଜ ଆଡମିଶନ ସମୟରେ ଏକ ସୁଗମ ପ୍ରବେଶ ପ୍ରକ୍ରିୟା ସୁନିଶ୍ଚିତ ହୋଇପାରିବ । କାରଣ ଦେଶ ବ୍ୟାପୀ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆଡମିଶନ ଅଗଷ୍ଟରେ ଆରମ୍ଭ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.