fbpx

UGCର ନୂଆ ନିଷ୍ପତ୍ତି: ଏଣିକି Ph.Dରେ ଆଡମିଶନ ପାଇଁ NET ସ୍କୋର ଆବଶ୍ୟକ ହେବ, ୨୦୨୪-୨୫ ଶିକ୍ଷାବର୍ଷରୁ ଏକକ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ପିଏଚଡିରେ ଆଡମିଶନ ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ) ସ୍କୋରର ଆବଶ୍ୟକତା ପଡ଼ିବ । ଉକ୍ତ ସ୍କୋର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯିବ । ପୂର୍ବରୁ ୟୁନିଭରସିଟିମାନେ ଅଲଗା ଅଲଗା ଭାବେ ପିଏଚଡିଏ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ । ଫଳରେ ଛାତ୍ରାଶତ୍ରୀମାନେ ଏକାଧିକ ଥର ପରୀକ୍ଷା ଦେଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଛାତ୍ର୍ରଛାତ୍ରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଦୂର କରିବା ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ।

ତେବେ ଉକ୍ତ କମିଟିର ସୁପାରିଶ କ୍ରମେ ନେଟ୍ ସ୍କୋର ଆଧାରରେ ପିଏଚଡି ନାମଲେଖା ନେଇ ୟୁଜିସି ନିଷ୍ପତ୍ତି ନେଇଛି । ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସମୟରେ ନେଟ୍ ପରୀକ୍ଷା ଅନୁସାରେ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଆରଏଫ) ଓ ସହାୟକ ଅଧ୍ୟାପକ ଚୟନ କରାଯାଉଛି । ତେବେ ଆସନ ଜୁନ୍ ମାସରୁ ନେଟ୍ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ପିଏଚଡି ନାମଲେଖା ପାଇଁ ମଧ୍ୟ ଯୋଗ୍ୟ ହୋଇ ପାରିବେ ।

ପିଏଚଡି ଆଡମିଶନ ପାଇଁ ବିଭିନ୍ନ ୟୁନିଭରସିଟି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଦ୍ୱାରା କରାଯାଉଥିବା ପ୍ରବେଶିକା ପରୀକ୍ଷା ବଦଳରେ ନେଟ୍ ସ୍କୋରକୁ ବ୍ୟବହାର କରିବାକୁ କୁହାଯାଇଛି । ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀଙ୍କୁ ଆଉ ଏକାଧିକ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏକ୍ସପର୍ଟ କମିଟିର ସୁପାରିଶ କ୍ରମେ ଗତ ୧୩ ତାରିଖରେ ୫୭୮ତମ ବୈଠକରେ ୟୁଜିସି ଏହି ନିଷ୍ପତ୍ତି ନେଇଥିଲା । ନୂଆ ନିୟମ ଅନୁସାରେ, ଆସନ୍ତା ଜୁନ ପରଠାରୁ, ୟୁଜିସି ନେଟରେ କ୍ୱାଲିଫାଏ ହୋଇଥିବା ଛାତ୍ରଛାତ୍ରୀମାନେ ୩ଟି ବର୍ଗରେ ପିଏଚଡି ଆଡମିଶନ ପାଇଁ ଯୋଗ୍ୟ ହୋଇ ପାରିବେ ।

Get real time updates directly on you device, subscribe now.