fbpx

ନିର୍ବାଚନ ସମୟରେ ଅଧିକ ଟଙ୍କା ସାଥିରେ ଧରି କରନ୍ତୁନି ଯାତ୍ରା, ପ୍ରମାଣ ନ ଦେଲେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ସହିତ ୧୬ ମାର୍ଚ୍ଚରେ ଆଚାର ସଂହିତା ଲାଗୁ ହୋଇଯାଇଛି । ଏବେ ପୋଲିସ, ଆୟକର ବିଭାଗ, ରେଲୱେ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସମସ୍ତ ଏଜେନ୍ସୀଙ୍କୁ ଅବୈଧ ଟଙ୍କା କାରବାରକୁ ନେଇ ବିଶେଷ ସତର୍କ ରହିବେ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କାହିଁ କେଉଁଠି ମୋଟା ଅଙ୍କର ନଗଦ ଟଙ୍କା ବା ମଦ କାରବାର ହେଉଛି କି ନା ଏହା ଉପରେ ଉପରୋକ୍ତ ବିଭାଗର ଏଜେନ୍ସୀଙ୍କ ତୀକ୍ଷ୍ଣ ନଜର ରହିବ । ଯଦି ଏପରି କିଛି ଟଙ୍କା ଜବତ କରାଯିବ ତେବେ ନିର୍ବାଚନ କମିଶନ ତାକୁ ନିଜ କବଜାକୁ ନେବେ ଓ ପରବର୍ତ୍ତୀ ସମୟରେ ତାହାକୁ ସରକାରଙ୍କ ରାଜସ୍ୱରେ ଜମା କରିଦେବେ । କିନ୍ତୁ ଏ କ୍ଷେତ୍ରରେ ସାଧାରଣ ନାଗରିକଙ୍କ ପାଇଁ କିଛି ଅଲଗା ନିୟମ ରହିଛି ।

କିଛିଦିନ ତଳେ ତାମିଲନାଡୁରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ପୋଲିସ ଏକ ଟୁରିଷ୍ଟ କପଲଙ୍କ ଠାରୁ ପ୍ରାୟ ୭୦ ହଜାର ଟଙ୍କା ଜବତ କରିଥିଲା । କିନ୍ତୁ ମାମଲାରେ କୌଣସି ସନ୍ଦେହାସ୍ପଦ ଜିନିଷ ନଜର ନ ଆସିବାରୁ ପରବର୍ତ୍ତୀ ସମୟରେ ଏହି ଅର୍ଥକୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଥିଲା । ତେଣୁ ଏହାରି ମଧ୍ୟରେ ଏହି ପ୍ରଶ୍ନ ଉଠୁଛି କି ନିର୍ବାଚନ ସମୟରେ ରାଜନୈତିକ ଦଳ ଉପରେ କଟକଣା ଲଗାଯାଇଥିବା ବେଳେ ସାଧାରଣ ଲୋକଙ୍କ ପାଇଁ କ’ଣ କିଛି କଟକଣା ରହିଛି?

ଏଠାରେ ସୂଚାଇ ଦିଆଯାଇପାରେ କି ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହେଉଥିବା ଆଚରଣ ବିଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବି ପଡିଥାଏ । ବହୁ ସମୟରେ ଏପରି ହୋଇପାରେ କି କୌଣସି ରାଜନୈତିକ ଦଳ ସେମାନଙ୍କ ଜରିଆରେ ଅବୈଧ କାରବାର କରିପାରନ୍ତି । ଏହାକୁ ଟ୍ରାକ୍ କରିବା ପାଇଁ ନିର୍ବାଚନ କମିଶନ ସାଧାରଣ ଲୋକଙ୍କ ପାଇଁ ବି ନିୟମ ପ୍ରଣୟନ କରିଛନ୍ତି । ସାଧାରଣ ଲୋକମାନେ ୫୦ ହଜାରରୁ ଅଧିକ କ୍ୟାସ୍ ନିଜ ସାଥିରେ ନେଇ ଯାଇପାରିବେ ନାହିଁ । ଏହାଠାରୁ ଅଧିକ ନଗଦ ରାଶି ପାଇଁ ପାଖରେ ଉପଯୁକ୍ତ କାଗଜପତ୍ର ଥିବା ଉଚିତ । ପଇସାର ବୈଧ ଉତ୍ସ, ପରିଚୟ ପତ୍ର ଓ ପଇସା କେଉଁଠାରେ ଖର୍ଚ୍ଚ ହେବାକୁ ଯାଉଛି ଏହି ସମସ୍ତ ଡକ୍ୟୁମେଣ୍ଟ ସାଥିରେ ଥିବା ଜରୁରୀ । ଏହା ବ୍ୟତିତ ୧୦ ହଜାରରୁ ଅଧିକ ମୂଲ୍ୟର ସାମଗ୍ରୀ ପାଇଁ ମଧ୍ୟ ଉପଯୁକ୍ତ ଡକ୍ୟୁମେଣ୍ଟ ଥିବା ଜରୁରୀ ।

ଯଦି କେହି ଏହିସବୁ ଡକ୍ୟୁମେଣ୍ଟ ନ ଦିଏ ତେବେ ପଇସା ଜବତ କରିନିଆଯାଏ । ନିର୍ବାଚନ ସରିବା ପରେ ବ୍ୟକ୍ତି ଉପଯୁକ୍ତ ପ୍ରମାଣ ଦେଇ ନିଜର ଜବତ ପଇସା କିମ୍ବା ସାମଗ୍ରୀ ଫେରାଇ ଆଣିପାରିବ । ଯଦି କ୍ୟାସ୍ ୧୦ ଲକ୍ଷରୁ ଅଧିକ ରହିବ ତେବେ ମାମଲା ଆୟକର ବିଭାଗ ପାଖକୁ ଯିବ ।

Get real time updates directly on you device, subscribe now.