fbpx

ମସ୍ତିଷ୍କକୁ ସୁସ୍ଥ ରଖିବା ସହ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ହଳଦୀ : ଜାଣନ୍ତୁ ଅନ୍ୟ ଫାଇଦା

ହଳଦୀ ନିଜର ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିବାୟୋଟିକ୍‌ ଗୁଣ ପାଇଁ ପରିଚିତ। ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଫଳରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ।

ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ହଳଦୀରେ ଏପରି ପୋଷକ ତତ୍ତ୍ୱ ରହିଛି , ଯାହା ମସ୍ତିଷ୍କକୁ ସୁସ୍ଥ ରହିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ। ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ।

ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ। ଏହା ଖଣ୍ଡିଆକୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିଥାଏ। ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

Get real time updates directly on you device, subscribe now.