fbpx

UGCର ପରାମର୍ଶ: ଅନଲାଇନ Ph.D ଓ M.Phil ବୈଧ ନୁହେଁ, ନାମ ଲେଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନେକ ଏଡୁଟେକ କମ୍ପାନୀ ଅଧିନରେ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଦେଖାଯାଉଛି । ବିଶେଷ କରି କିଛି ଛାତ୍ରଛାତ୍ରୀ ଅନଲାଇନରେ ପିଏଚଡି ଓ ଏମଫିଏଲ ଡିଗ୍ରୀରେ ନାମ ଲେଖାଉଥିବା ଦେଖାଯାଉଛି । ଏହି ଅନଲାଇନ ଶିକ୍ଷାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଗ୍ରହଣ କରିନଥାନ୍ତି ।

ତେଣୁ ଏଭଳି ସଂସ୍ଥା ଅଧିନରେ ପିଏଚଡି ଓ ଏମଫିଲରେ ନାମ ନ ଲେଖାଇବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ନାମଲେଖା ପୂର୍ବରୁ ସମ୍ପୃକ୍ତ ସଂସ୍ଥା ବିଷୟରେ ସତ୍ୟାସତ୍ୟା ଯାଞ୍ଚ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀମାନେ ଅନଲାଇନ ଓ ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ପଞ୍ଜିକରଣ କରୁଥିବା ଦେଖାଯାଉଛି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସିର ମାର୍ଗଦର୍ଶିକକୁ ଆଦୌ ପାଳନ କରୁନଥିବା ଦେଖାଯାଉଛି ।

ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଦାନ କରୁଥିବା ପିଏଚଡି ଡିଗ୍ରୀ ୟୁଜିସିର ‘ପିଏଚଡି ଅଧିନିୟମ ୨୦୧୬’କୁ ପାଳନ କରୁନାହିଁ । ଫଳରେ ପିଏଚଡି ଓ ଏମଫିଲ ଡିଗ୍ରୀର ଗୁଣାତ୍ମକ ମାନ ରହୁନାହିଁ । ତେଣୁ ଏଭଳି ପିଏଚଡିରେ ନାମଲେଖାଇବା ପୂର୍ବରୁ ୟୁଜିସିର ମାର୍ଗଦର୍ଶିକାକୁ ଭଲ ଭାବେ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୟୁଜିସିର ବିନା ସ୍ୱୀକୃତିରେ କିଛି ସଂସ୍ଥା କୋର୍ସ ପ୍ରଦାନ କରୁଥିଲେ । ତେଣୁ ଏଭଳି ୧୯ଟି କୋର୍ସରେ ଅନଲାଇନ ଓ ଡିଷ୍ଟାନ୍ସ ମୋଡ଼ରେ ନାମଲେଖା ଉପରେ ୟୁଜିସି ପକ୍ଷରୁ ବାରଣ କରାଯାଇଥିଲା ।

Get real time updates directly on you device, subscribe now.