fbpx

ୟୁକ୍ରେନ ଉପରେ ଏହି ସ୍ଥାନରୁ ଆକ୍ରମଣ କରିପାରେ ଋଷ, ମ୍ୟାପ୍ ଜାରି କଲା ୟୁକେ, ଦେଖନ୍ତୁ କେଉଁଠି କେଉଁଠି ରହିଛନ୍ତି ଋଷ ସେନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ସଙ୍କଟ ସମୟରେ ଏକ ବଡ଼ ଖୁଲାସା କରିଛି ବ୍ରିଟେନ ରକ୍ଷା ମନ୍ତ୍ରାଳୟ । ମନ୍ତ୍ରାଳୟ ଏକ ମ୍ୟାପ୍ ଜାରି କରିଛି ଯେଉଁଥିରେ ଋଷ କିପରି ବିନା ଚେତାବନୀରେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ତାହା ଦର୍ଶାଯାଇଛି । ମନ୍ତ୍ରାଳୟ ସାତଟି ପ୍ରମୁଖ ସ୍ଥାନର ଫଟୋ ଶେୟାର କରିଛି  ।

ବ୍ରିଟିଶ ସରକାର ଅନୁଯାୟୀ ଓଡେଶା ଋଷ ସୈନିକ ଋଷ, ବେଲାରୁସ କିମ୍ବା କ୍ରିମିଆରୁ ୟୁକ୍ରେନରେ ପ୍ରବେଶ କରିପାରନ୍ତି । ଋଷ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୈନ୍ୟ ସାମନ୍ତ ଠୁଳ କରିଛି । ଯାହା ବିନା କୌଣସି ଚେତାବନୀରେ ଆକ୍ରମଣ କରିପାରନ୍ତି । ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ମ୍ୟାପରେ ଦେଖାଯାଉଛି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କେଉଁଠାରୁ ଆକ୍ରମଣ କରିପାରନ୍ତି । ସେ ଆହୁରି କହିଛନ୍ତି ପୁତିନ ଏବେବି ବିବାଦକୁ ରୋକିପାରିବେ ଏବଂ ଶାନ୍ତି କାୟମ କରିପାରିବେ ।

ସେପଟେ ଋଷ ରାଷ୍ଟ୍ରପତି କହିଛନ୍ତି ଯେ ଋଷ ସେନାର ଟ୍ୟାଙ୍କ ୟୁନିଟ୍ ସୀମାରୁ ପଛକୁ ହଟୁଛି । ଅବଶ୍ୟ ବରିଷ୍ଠ ସୈନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ସୈନିକ ଏବେବି ଆଗକୁ ବଢ଼ୁଛନ୍ତି । ଏହା ସହ ଅତିରିକ୍ତ ହତିଆର ଯୁକ୍ତ ବାହନ, ହେଲିକପ୍ଟର ଏବଂ ଏକ ଫିଲ୍ଡ ହସ୍ପିଟାଲର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ଆକଳନ ଏମ୧୬, ସିଆଇଏ, ଜାସୁସି ବିମାନ, ସାଟେଲାଇଟ ଏବଂ ଗୁପ୍ତ ଏଜେଣ୍ଟ ଠାରୁ ମିଳିଥିବା ଗୁପ୍ତ ସୂଚନା ଉପରେ ଆଧାରିତ । ଆମେରିକା ମଧ୍ୟ ପୂର୍ବରୁ ଦାବି କରିଛି ଯେ ୟୁକ୍ରେନ ସୀମାରେ ୧.୫ ଲକ୍ଷ ସୈନିକଙ୍କୁ ନିୟୋଜିତ କରିଛି ଏବଂ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ।

Get real time updates directly on you device, subscribe now.