fbpx

ବ୍ରିଟେନ୍ ଫେରନ୍ତା ୪ ବର୍ଷର ଶିଶୁ ପଜିଟିଭ୍ ଚିହ୍ନଟ

Advertisement

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ୪୩ ଜଣ ଓଡିଶାକୁ ଫେରିଛନ୍ତି ବୋଲି ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିଲେ ।

ତେବେ ଭୁବନେଶ୍ୱରରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛି । ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କୋଭିଡ ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଶିଶୁର ବାପା-ମାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଗତ ୧୪ ଦିନ ଭୁବନେଶ୍ୱରରେ ୨ ବ୍ରିଟେନ ଫେରନ୍ତା ପଜିଟିଭ୍ ହୋଇଛନ୍ତି । ୪ ବର୍ଷର ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.