fbpx

ନାଟୋରେ ସାମିଲ ହେଉ ନାହିଁ ୟୁକ୍ରେନ, ଯୁଦ୍ଧ ମଝିରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇର ଆଜି ହେଉଛି ୨୦ମ ଦିନ। ରୁଷ ରାଷ୍ଟ୍ରପତି ଅନେକ ମୋର୍ଚ୍ଚାରେ କହି ସାରିଛନ୍ତି ଯେ, ୟୁକ୍ରେନ ନାଟୋରେ ସାମିଲ ହେବା ସେ କେବେ ବି ଚାହିଁବେ ନାହିଁ। ଏହା ରୁଷର ସାର୍ବଭୌମ ପ୍ରତି ବିପଦ। ଅନ୍ୟପଟେ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ କହିବା କଥା ୟୁକ୍ରେନବାସୀଙ୍କୁ ଏହା ବୁଝିବାକୁ ପଡିବ ଯେ, ୟୁକ୍ରେନ ନାଟୋରେ ସାମିଲ୍ ହେଉ ନାହିଁ।

ରୁଷ ସେନା ଧିରେ ଧିରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର କବଜା କରିବାରେ ଲାଗିଛନ୍ତି। ରାଜଧାନୀ କିଭକୁ ଦଖଲ କରିବା ପାଇଁ ଏବେ ବି ସଂଘର୍ଷ ଜାରି ରହିଛି। ତେବେ ୟୁକ୍ରେନ ସେନା ମଧ୍ୟ ପୂରା ଦମର ସହ ରୁଷ ସେନାର ମୁକାବିଲା କରୁଛନ୍ତି। ଏହି ଯୁଦ୍ଧରେ ଉଭୟ ପକ୍ଷର ସେନାଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନାଟୋ ଏବଂ ପାଶ୍ଚାତ୍ୟ ଦେଶ ବିରୋଧରେ ନିଜର ଅସନ୍ତୋଷ ପ୍ରକଟ କରି ସାରିଛନ୍ତି। ରୁଷ ମିଡିଆ ସ୍ପୁଟନିକ ମଧ୍ୟ ଦାବି କରିଛି ଯେ, ୟୁକ୍ରେନ ନାଟୋରେ ସାମିଲ୍ ହେଉ ନାହିଁ।

ରୁଷ ମିଡିଆ ଅନୁଯାୟୀ, ନାଟୋ ଏବଂ ପାଶ୍ଚାତ୍ୟ ଦେଶ ପ୍ରତି ୟୁକ୍ରେନ ଅନସ୍ତୁଷ୍ଟ ଅଛି। ଜେଲେନସ୍କି ମଧ୍ୟ କହି ସାରିଛନ୍ତି ଯେ, ତାଙ୍କ ଦେଶ ନାଟୋରେ ସାମିଲ୍ ହେଉ ନାହିଁ। ଏହା ପୂର୍ବରୁ ଜେଲେନସ୍କି ଦାବି କରିଥିଲେ ଯେ, ୟୁକ୍ରେନ ସହ ଲଢେଇରେ ଏବେ ୧୩୦୦୦ରୁ ଅଧିକ ରୁଷ ସୈନିକଙ୍କ ମୃତ୍ୟୁ ଘଟି ସାରିଛି। ଏହା ବ୍ୟତୀତ ରୁଷର ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ମଧ୍ୟ ନଷ୍ଟ କରାଯାଇଥିବା ଜେଲେନସ୍କି କହିଥିଲେ।

Get real time updates directly on you device, subscribe now.