fbpx

ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: MBBS ଡିଗ୍ରୀ ସମାପ୍ତ ପାଇଁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନରେ ଫଶି ରହିଥିଲେ । ଏହି ଘଟଣାକୁ ନେଇ ଗତବର୍ଷ ଭାରତୀୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଥିଲା । ନିଜର ଭବିଷ୍ୟତର ସ୍ୱପ୍ନ ନେଇ ସୁଦୂର ୟୁକ୍ରେନକୁ ମେଡିକାଲ ପଢ଼ିବାକୁ ଯାଇଥିବା ଅନେକ ଭାରତୀୟ ଛାତ୍ରଛାତ୍ରୀ ପାଠ ଅଧାରୁ ସ୍ୱଦେଶକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

ତେବେ ଏହା ମଧ୍ୟରେ ସମସ୍ତ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ୟୁକ୍ରେନରୁ ଅଧାରୁ ପାଠ ଛାଡ଼ି ଫେରିଆସିଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏମବିବିଏସ ଡିଗ୍ରୀ ସମାପ୍ତ ପାଇଁ ଆଉ ଏକ ସୁଯୋଗ ମିଳିବ । ଛାତ୍ରଛାତାତ୍ରୀମାନେ ଏମବିବିଏସ ଫାଇନାଲ ପରୀକ୍ଷାର ପାର୍ଟ-୧ ଓ ପାର୍ଟ-୨ କ୍ଲିୟର କରିପାରିବେ । ସେଥିପାଇଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ସେମାନଙ୍କୁ ଗୋଟିଏ ବର୍ଷ ମଧ୍ୟରେ ମେଡିକାଲ ଆଡମିଶନ ପରୀକ୍ଷା ପାସ୍ କରିବାକୁ ପଡ଼ିବ ।

ଭାରତ ସରକାର ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଅଧାରୁ ପାଠପଢ଼ା ଛାଡ଼ି ଭାରତ ଫେରିଆସିଥିବା ଛାତ୍ରଛାତ୍ରୀଙ୍କୁ କୌଣସି ମେଡିକାଲ କଲେଜରେ ବିନା ରେଜିଷ୍ଟ୍ରେସନରେ ଏମବିବିଏସ ଫାଇନାଲ ବର୍ଷରେ ନାମଲେଖାଇବାର ସୁଯୋଗ ମିଳିବ । ସେହି କଲେଜରେ ଛାତ୍ରଛାତ୍ରୀଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲରେ ପାସ କରିବା ନେଇ ଆଉ ଏକ ସୁଯୋଗ ଦିଅଯିବ । ତେବେ ସେମାନଙ୍କୁ ୨ ବର୍ଷର ବାଧ୍ୟତାମୂଳକ ଟୋଟୋଟୋରି ଇଣ୍ଟର୍ଣ୍ଣଶିପ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଏହି ସମୟରେ ସେମାନଙ୍କଠାରୁ ପ୍ରଥମବର୍ଷ କୌଣସି ଫିସ୍ ନିଆଯିବନି । ଦ୍ୱିତୀୟ ବର୍ଷର ଫିସ୍ ଭରଣା ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ର ପୂର୍ବ ମାମଲା ପାଇଁ ସ୍ଥିର କରାଯାଇଛି ।

Get real time updates directly on you device, subscribe now.