fbpx

ପ୍ରଧାନମନ୍ତ୍ରୀ ହୋଇପାରନ୍ତି M.S Dhoni! ନିର୍ବାଚନ ଲଢିବାକୁ ନେଇ କ’ଣ କହିଲେ ମାହି?

ନୂଆଦିଲ୍ଲୀ: ଭାରତ ସହ ସାରା ବିଶ୍ୱରେ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଏମ.ଏସ ଧୋନୀଙ୍କର କୋଟି କୋଟି ପଶଂସକ ରହିଛନ୍ତି । କ୍ୟାପଟେନ କୁଲ ନାମରେ ସେ ଖୁବ ପରିଚୟ ହାସଲ କରିଛନ୍ତି । ଭାରତର ବିଭିନ୍ନ କୋଣ ଅନୁକୋଣରେ ତାଙ୍କର ଅନୁଗତ ମଧ୍ୟ ରହିଛନ୍ତି । ବିଶେଷ କରି ଚେନ୍ନାଇରେ ଧୋନୀଙ୍କୁ ଭଗବାନର ଆଖ୍ୟା ଦିଆସରିଛି । ଏମିତି ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଧୋନୀ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ଭାରତୀୟ ନାଗରିକ । ତେଣୁ ନିର୍ବାଚନରେ ବିଜୟ ତାଙ୍କୁ ଖୁବ ସହଜ ହୋଇଯିବ । ତେବେ ଏହି ନିର୍ବାଚନ ଲଢିବାକୁ ନେଇ ଧୋନୀଙ୍କ ପ୍ରତିକ୍ରିୟା କ’ଣ ରହିଛି ଆସନ୍ତୁ ଜାଣିବା ।

Did MS Dhoni join politics, here's the truth behind the story

ଧୋନୀଙ୍କୁ ଏକ ଇଣ୍ଟରଭ୍ୟୁରେ ରାଜନୀତିରେ ଆସିବା ନେଇ ପ୍ରଶ୍ନ ପଚରାଯାଇଥିଲା । ଯେଉଁ ପ୍ରଶ୍ନର ଉତ୍ତର ନିଜ ଅନ୍ଦାଜରେ ଦେଇଥିଲେ କ୍ୟାପଟେନ କୁଲ । ଏକ ସର୍ଭେରୁ ଜଣାଯାଇଛି ଯେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସବୁଠାରୁ ପ୍ରଶଂସିତ ବା ଲୋକପ୍ରିୟତା ହାସଲ କରିଥିବା ବ୍ୟକ୍ତି ହେଉଛନ୍ତି ଧୋନୀ । କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ବି ଅଧିକ ଲୋକପ୍ରିୟ ହୋଇପାରିଛନ୍ତି ମାହି । ତେବେ ଏହାର ଫାଇଦା ସେ ନିର୍ବାଚନ ଲଢିବା ବେଳେ ମଧ୍ୟ ପାଇପାରିବେ ବୋଲି ପ୍ରଶ୍ନ ପଚାରିଥିଲେ କାର୍ଯ୍ୟକ୍ରମର ଉପସ୍ଥାପିକା । ଆପଣ ଚାହିଁଲେ ଭବିଷ୍ୟତରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରିବେ ବୋଲି ଆଙ୍କର ପ୍ରଶ୍ନ କରିଥିଲେ । ଏହାପରେ ନିଜ ଷ୍ଟାଇଲରେ ଏକ ମଜାଳିଆ ଅନ୍ଦାଜରେ ମାହି ଉତ୍ତର ଦେଇଥିଲେ ।

Viral Vedio: Mandira Bedi got stunned with Mahi's savage reply

ଧୋନୀ କହିଛନ୍ତି ଯେ, ହୋଇପାରେ ମୁଁ ରାଜନୀତିକୁ ଆସିପାରେ । ତେବେ ମଜାରେ ଏମିତି ଲାଇନ କହିବା ପରେ ଧୋନୀ ନିଜ ଉତ୍ତର ରଖିଥିଲେ । ରାଜନୀତି ଖୁବ କଠିନ କାମ ଏବଂ ବିଶ୍ୱକପ ଖେଳିବା ଅପେକ୍ଷା ନିର୍ବାଚନ ଲଢିବା ଆହୁରି ପ୍ରେସରର କାମ ବୋଲି କହିଛନ୍ତି ଏମ.ଏସ ଧୋନୀ । ତେବେ ରାଜନୀତି ଲଢିବା ମୋ କାମ ନୁହେଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି ମାହି । ଲୋକମାନଙ୍କୁ ରାଜନୀତିଜ୍ଞମାନଙ୍କର ସମାଲୋଚନା କରୁଥିବାର ଦେଖାଯାଏ କିନ୍ତୁ ଏହା କାମରେ କରିବା ଖୁବ ମୁସ୍କିଲ । କାରଣ ଯେ କେହି ବ୍ୟକ୍ତି ଜଣେ ଚେଞ୍ଜ ମେକର ହୋଇପାରିବେ ନାହିଁ ।

MS Dhoni is the rainbow of Indian cricket, a cult figure who inspires youth  across nation

ମୁଁ ଜଣେ ଆର୍ମି ପର୍ସନ, ସେନାର ଯବାନମାନଙ୍କ ସହ ସମୟ ବିତାଇବାକୁ ମୁଁ ଭଲପାଏ । ଏହାପରେ ଧୋନୀ କହିଥିଲେ ଯେ, ରାଜନୀତିକୁ ଗଲେ ମୋତେ ବହୁତ କିଛି ପଢିବାକୁ ପଡିବ ଏବଂ ନିଜକୁ ଖୁବ ପରିବର୍ତ୍ତନ କରିବାକୁ ହେବ ବୋଲି ଧୋନୀ ଉତ୍ତରରେ କହିଛନ୍ତି । ଲୋକମାନେ ଧୋନୀଙ୍କୁ ବହୁତ ଭାଗ୍ୟବାନ ବୋଲି କୁହନ୍ତି, କିନ୍ତୁ ଏହା ଫ୍ୟାନ୍ସମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ । ସବୁ ସମୟରେ ମୋ ସହ ସାଥ୍ ଦେବା ଆଉ ସେମାନଙ୍କର ଭଲ ପାଇବା ଯୋଗୁଁ ମୁଁ ସଫଳତା ହାସଲ କରିପାରିଛି ବୋଲି କହିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।

Get real time updates directly on you device, subscribe now.