fbpx

‘ପ୍ରଧାନମନ୍ତ୍ରୀ କନ୍ୟା ଆଶୀର୍ବାଦ ଯୋଜନା’ ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ମିଳିବ ୧,୫୦,୦୦୦ ଟଙ୍କା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମିଛ ସତ ତଥ୍ୟ ଭାଇରଲ ହେଉଛି। ଯାହାକୁ ନେଇ ଲୋକେ ଆକର୍ଷିତ ହେବ ସହ ଅନେକ ସମୟରେ ଠକାମିର ଶିକାର ହେଉଛନ୍ତି। ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେ, ପ୍ରଧାନମନ୍ତ୍ରୀ କନ୍ୟା ଆଶୀର୍ବାଦ ଯୋଜନା ଅଧୀନରେ ପ୍ରତ୍ୟେକ ଝିଅ ପିଲାଙ୍କୁ ୧,୫୦,୦୦୦ ଟଙ୍କା ଦିଆଯିବ।

ଏକ ୟୁଟ୍ୟୁବ୍ ଭିଡିଓ ଦାବି କରିଛି ଯେ କେନ୍ଦ୍ରରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ କନ୍ୟା ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି ଏବଂ ସରକାର ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଝିଅଙ୍କୁ ୧.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି। ତେବେ ଏହି ଖବରକୁ ସରକାରଙ୍କ ପ୍ରେସ୍ ସୂଚନା ବ୍ୟୁରୋ ଯଥା PIB ଏହି ଭାଇରାଲ୍ ବାର୍ତ୍ତାର ସତ୍ୟତାକୁ ନିଶ୍ଚିତ କରିଛି। PIB ଫ୍ୟାକ୍ଟ ଚେକ୍ ହ୍ୟାଣ୍ଡେଲ ପକ୍ଷରୁ ଏକ ଟୁଇଟ୍ ଦର୍ଶାଇଛି ଯେ ଏହି ଦାବି ମିଥ୍ୟା ଅଟେ। ସରକାର ଏଭଳି ଯୋଜନା କରୁନାହାଁନ୍ତି ବୋଲି ମଧ୍ୟ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।

Get real time updates directly on you device, subscribe now.