fbpx

Hero ର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଏହାର ଦାମ୍ ଏବଂ ଫିଚର୍ସ…

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ବାହନ ପ୍ରତି ଲୋକଙ୍କ ଚାହିଦ ବଢ଼ିବାରେ ଲାଗିଛି । ଏମିତିରେ ବାହନ ନିର୍ମାତା କମ୍ପାନୀ ମଧ୍ୟ ଗୋଟିଏ ପରେ ଗୋଟିଏ ଇଲେକ୍ଟ୍ରିକ୍ ବାହନ ଭାରତୀୟ ବଜାରରେ ଲଞ୍ଚ କରୁଛନ୍ତି । ଏବେ ଦିଗ୍ଗଜ ଟୁ-ହ୍ୱିଲର ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ (Hero Motocorp) ମଧ୍ୟ ଏହି କ୍ଷେତ୍ରରେ ଏଣ୍ଟ୍ରି କରିଛି । କମ୍ପାନୀ ଶୁକ୍ରବାର ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର Vida V1 ଲଞ୍ଚ କରିଛି । ବିଜନେସ ଟୁଡେର ଅନୂଯାୟୀ ହିରୋ ମୋଟୋକର୍ପ ଏହାର ଇ-ସ୍କୁଟର Vida V1ର ଦୁଇଟି ଭାରିଆଣ୍ଟ ଲଞ୍ଚ କରିଛି । ପ୍ରଥମଟି Vida V1 Pro ଏବଂ ଅନ୍ୟଟି Vida V1 Plus ରହିଛି ।

ରିପୋର୍ଟ ଅନୂଯାୟୀ, ହିରୋ ମୋଟୋକର୍ପର ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ଅନେକ ଦିନରୁ ଅପେକ୍ଷା କରଯାଉଥିଲା । ଯାହା ଏବେ ସାମ୍ନାକୁ ଆସିଛି । କୁହାଯାଉଛି ଯେ Hero Vida V1 ରେ ସ୍ୱାପେବୁଲ ବ୍ୟାଟେରୀ ଟେକ୍ନୋଲୋଜୀ ଦିଆଯାଇଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ହିରୋ ମୋଟୋକର୍ପ ଗୋଗୋରୋ (Gogoro) ଏବଂ ଏଥର ଏନର୍ଜୀ (Ather Energy) ସହ ସହଭାଗିତା କରିଛି । Hero Vida V1 Plus ର ଦାମ୍ ୧,୪୫,୦୦୦ (ଏକ୍ସ ସୋ ରୁମ) ଏବଂ Hero Vida V1 Pro ର ଦାମ୍ ୧,୫୯,୦୦ ଟଙ୍କା ରଖାଯାଇଛି । ଗ୍ରାହକ ମାତ୍ର ୨୪୯୯ ଟଙ୍କାର ଟୋକନ ରାଶି ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ କରିପାରିବେ ।

Hero Vida V1 Pro ଟପ୍-ସ୍ପେକ୍ ଭାରିଆଣ୍ଟ ଅଟେ  ଏବଂ ଥରେ ଚାର୍ଜ କରିବା ଦ୍ୱାର ୧୬୫ କିଲୋମିଟର ରେଞ୍ଜ ଦେବା ନେଇ କୁହାଯାଉଛି । ଏହା ମାତ୍ର ୩.୨ ସେକେଣ୍ଡରେ ୦ ରୁ ୪୦ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରିବ । ସେହିଭଳି Vida V1 Plus ଥରେ ଚାର୍ଜ କରିବା ଦ୍ୱାରା ୧୪୩ କିଲୋମିଟରର ରେଞ୍ଜ ଦେବା ନେଇ କୁହାଯାଇଛି । ଏହା ୩.୪ ସେକେର୍ଡରେ ୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ ଚାଲିପାରିବ ।

ରିପୋର୍ଟରେ କୁହାଯାଇଛି ଯେ ହିରୋ ଇଲେକ୍ଟ୍ରିକ୍ ସ୍କୁଟରର ଦୁଇ ଭାରିଆଣ୍ଟର ଟପ୍ ସ୍ପିଡ୍ ୮୦ କିଲୋମିଟର ପ୍ରତି ଘଣ୍ଟା ଅଟେ । ସ୍କୁଟର ରାଇଡିଂ ମୋଡ ଯେମିତିକି ଇକୋ, ରାଇଡ ଏବଂ ସ୍ପୋର୍ଟ ମୋଡ୍ ରହିଛି । ଏହା ବ୍ୟତୀତ ଏଥିରେ ନାଭିଗେସନ, ଚାର୍ଜିଂ ସ୍ଲଟ ବୁକିଂ ଏବଂ ସ୍କାର୍ଟଫୋନ୍ କନେକ୍ଟିଭିଟିର ସୁବିଧା ଦିଆଯାଇଛି । ଏଥିରେ ରିଭର୍ସ ମୋଡ୍ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.