fbpx

ଏଣିକି Hindi ଭାଷାରେ ହେବ MBBS ପାଠପଢ଼ା! ହିନ୍ଦି ସିଲାବସର ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ହେବ । ହିନ୍ଦିରେ ମେଡିକାଲ ଶିକ୍ଷା ପ୍ରଦାନ ନେଇ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଆସନ୍ତା ୧୬ ତାରିଖରେ ଭୋପାଳର ଏକ ସମାରୋରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଶୁଭାରମ୍ଭ କରିବେ । ମୋତିଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମେଡିକାଲ ଏଜୁକେସନର ହିନ୍ଦି ସିଲାବସର ବହି ଲୋକାର୍ପିତ କରାଯିବ ।

ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ନିଜର ମାତୃଭାଷାର ଗୌରବ ସ୍ଥାପିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଲୋକଙ୍କର ମାନସିକତା ପରିବର୍ତ୍ତନ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ଘଟଣା । ସ୍ପେଶାଲ ବିଷୟଗୁଡ଼ିକୁ କେବଳ ଇଂରାଜୀରେ ନୁହେଁ, ବରଂ ହିନ୍ଦି ଭାଷାରେ ମଧ୍ୟ ପଢ଼ାଇବା ସମ୍ଭବ । ଏହାକୁ ପ୍ରମାଣିତ କରିବା ପାଇଁ ଏକ ଉଦାହରଣ ସୃଷ୍ଟି ହେବ । ମେଡିକାଲ ଶିକ୍ଷା ବ୍ୟତୀତ ଇଞ୍ଜିନିୟରିଂ, ନର୍ସିଂ, ପାରାମେଡିକାଲ ପାଠ୍ୟକ୍ରମ ମଧ୍ୟ ହିନ୍ଦିରେ ପଢ଼ାଯିବ ।

ଏନେଇ ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ କହିଛନ୍ତି, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ଓ ଏନାଟୋମି ପରି ବିଷୟ ପାଇଁ ବହିର ପ୍ରଥମ ସେକ୍ସନ ପ୍ରସ୍ତୁତି ସରିଛି । ଏମବିବିଏସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଏହି ବହି ପ୍ରଦାନ କରାଯିବ । ତିନୋଟି ବିଷୟର ବହି ସବୁ ଏକ୍ସପର୍ଟଙ୍କୁ ନେଇ ଗଠିତ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ବହିରେ ରକ୍ତଚାପ, ହୃଦୟ, କିଡନୀ, ଲିଭର ପରି ଟେକନିକ ଶବ୍ଦ ସହିତ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଶବ୍ଦକୁ ହିନ୍ଦିରେ ଲେଖାଯାଇଛି । ଏମବିବିଏସ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କୋର୍ସ ଶେଷ କରିବା କ୍ଷେତ୍ରରେ ପଛରେ ନପଡ଼ିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

Get real time updates directly on you device, subscribe now.