fbpx

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଶରତ ଦାସ, ଶେଷ ପର୍ଯ୍ୟାୟରେ ନିଷ୍ପତ୍ତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଶୁକ୍ରବାର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଥିବାବେଳେ, ଆସନ୍ତା ନଭେମ୍ବର ୩ରେ ହେବ ମତଦାନ ।

ସେପଟେ ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି । ତିନି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ୫ ଜଣିଆ କମିଟି ଗଠନ କରିଛି । ସେପେଟ ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରଖିଛି ।

 

ଏହାରି ମଧ୍ୟରେ କୁହାଯାଉଛି ଯେ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ଶରତ ଦାସଙ୍କ ନାମରେ ମୋହର ମାରିପାରେ । ଶରତ ଦାସ ଏବଂ ସ୍ପନ୍ଦନ ମଲ୍ଲିକ ବିଜେଡିର ଦୁଇ ମୁଖ୍ୟ ଆଶାୟୀ । ଶରତ ଦାସ ୨୦୧୪ ରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ।

Get real time updates directly on you device, subscribe now.