fbpx

ରାଜ୍ୟକୁ ଇଣ୍ଡଷ୍ଟ୍ରି ହବ କରି ବେକାର ଯୁବକ, ଯୁବତୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଖୋର୍ଦ୍ଧାରେ ନିର୍ମାଣ ହେବାକୁ ଥିବା ଆରଆଇଆର ପାୱାର ଇଲୋଟ୍ରୋନିକ ଆଣିଦେବ ନିଯୁକ୍ତି ସୁବିଧା । ପ୍ରଥମ ପର୍ଯ୍ୟାୟରେ ୫୦୦ ଯୁବକ, ଯୁବତୀ ପାଇପାରିବେ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଇମ୍ଫୋଭାଲିରେ ଏହି କମ୍ପାନୀ ପ୍ରତିଷ୍ଠା ପାଇଁ ଭୂମି ପୂଜନ କରିଛନ୍ତି । ଏହି କମ୍ପାନୀ ୬୦୦ କୋଟି ଟଙ୍କା ବିନିଯୋଗରେ କମ୍ପାନୀ ପ୍ରତିଷ୍ଠା ।
ସିଲିକନ କାର୍ବାଇଡ ସହ ସେମିକଣ୍ଡକ୍ଟର ଉତ୍ପାଦନ ଏଠି କମ୍ପାନୀରେ କରାଯିବ । ଭୂମି ପୂଜନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାର ଶିଳ୍ପକୁ ରାଜ୍ୟରେ ସୁଯୋଗ ଦିଆଯାଉଛି । ଏହିପରି ରାଜ୍ୟକୁ ଖୁବ ଶୀଘ୍ର ଇଣ୍ଡଷ୍ଟ୍ରିଆଲ ହବ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କମ୍ପାନୀ ପ୍ରତିଷ୍ଠା ହେଲେ ପ୍ରାରମ୍ଭିକ ଅବସ୍ଥାରେ ୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।
ଏପଟେ ଭଦ୍ରକ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଉଥିବା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି । ଗୃହରେ ପାରାଦୀପରେ ଏକ ମେଗା ଫିଡ କ୍ରାକର ପ୍ଲାଣ୍ଟ ହେବା ନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ । ଏଥିସହ ମନ୍ତ୍ରୀ ଆହୁରି କହିଛନ୍ତି କି, ଏହି ଫିଡ କ୍ରାକର ପ୍ଲାଣ୍ଟର ବାୟ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଓସିଏଲ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ରହିବ ।
ବିଧାୟିକା ସୋଫିଆ ଫିର୍ଦୋଷଙ୍କ ପ୍ରଶ୍ନରେ ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ଗୃହକୁ । ଏଥିସହ ରାଜ୍ୟରେ ଅଧିକ ଏମଏସଏମଇ ପାର୍କ ହେବା ନେଇ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.