fbpx
BJD
BJD SKY
BJD SKY

ଦେଶରେ ବଢ଼ି ଚାଲି ବେକାରୀ ସମସ୍ୟା, ଖାଲି ପଡ଼ିଛି ୮ ଲକ୍ଷରୁ ଅଧିକ ପଦବୀ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେଉଛି । କରୋନା କାରଣରୁ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ୮.୭୨ ଲକ୍ଷ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି । ଏନେଇ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଥିବା ଜଣାପଡ଼ିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟରେ ୨୦୨୦ ମସିହା ମାର୍ଚ୍ଚ ୧ ତାରିଖ ସୁଦ୍ଧା ମୋଟ ୪୦ ଲକ୍ଷ ୪ ହଜାର ୯୪୧ଟି ପଦବୀକୁ ମଞ୍ଜୁରୀ ଦିଆଯାଇଥିଲା । ସେଥିମଧ୍ୟରୁ ୩୧ ଲକ୍ଷ ୩୨ ହଜାର ୬୯୮ଟି ପଦବୀ ପୂରଣ ହୋଇଥିବା ବେଳେ ୮ ଲକ୍ଷ ୭୨ ଲକ୍ଷ ୨୪୩ଟି ପଦବୀ ଖାଲି ରହିଛି । ୨୦୧୬-୧୭ ଆର୍ଥିକ ବଷରେ ୟୁପିଏସସି ପକ୍ଷରୁ ୨୫ ହଜାର ୨୬୭, ଏସଏସସି ପକ୍ଷରୁ ୨ ଲକ୍ଷ ୧୪ ହଜାର ୬୦୧ ଓ ରେଲୱେ ପକ୍ଷରୁ ୨ ଲକ୍ଷ ୪ ହଜାର ୯୪୫ ଲୋକଙ୍କୁ ଚାକିରି ପ୍ରଦାନ କରାଯାଇଥିବା ସେ କହିଥିଲେ । ଗୋଟିଏ ପଟେ ଦେଶରେ ବେରୋଜଗାରୀ ସମସ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ସରକାରଙ୍କର ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଛି । ଚଳିତ ବର୍ଷ ବେକାରୀ ହାର ଜାନୁଆରୀରେ ୬.୫, ଫେବୃଆରୀରେ ୬.୯, ମାର୍ଚ୍ଚରେ ୬.୫, ଏପ୍ରିଲରେ ୮, ମେରେ ୧୧.୯ ପ୍ରତିଶତ ରହିଥିଲା । ଜୁନ ପରେ ଏହି ହାର କମିଥିଲେ ମଧ୍ୟ ବର୍ତ୍ତମାନ ୯.୨ ପ୍ରତିଶତ ରହିଛି । ଗତବର୍ଷ ଜୁନ ମାସରେ କରୋନାରେ ଦେଶରେ ବେକାରୀ ହାର ୮.୧ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.