fbpx

ଆଜି ଆସିବ ଅଗଷ୍ଟ ଗାଇଡଲାଇନ୍, ଅପରାହ୍ନରେ କହିବେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଆଉ ଗୋଟିଏ ଦିନ ପରେ ସରୁଛି ଗାଇଡଲାଇନର ଅବଧି । ଅଗଷ୍ଟ ପହିଲାରୁ ଲକଡାଉନ୍ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର । ଅପରାହ୍ନ ସାଢ଼େ ୩ଟାରେ ଆସିବ ଅଗଷ୍ଟ ଗାଇଡଲାଇନ୍ । ଏସଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଦେବେ ।

ତେବେ ଅଗଷ୍ଟ ୧ ପରେ କ’ଣ ହେବ କଟକଣା, ସେନେଇ ଆଜି ଘୋଷଣା କରିବେ ରାଜ୍ୟ ସରକାର । SRCଙ୍କ ଘୋଷଣା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ ବୋଲି ଆଶଙ୍କା ରହିଛି ।

Get real time updates directly on you device, subscribe now.