fbpx

ଦେଶରେ ୫୯୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୩ ହଜାର ୮୧୦କୁ ବୃଦ୍ଧି ପାଇଛି । ଦିନକରେ ୪୧ ହଜାର ୬୪୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୧୩ ହଜାର ଓ ୯୯୩କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୯୨୦ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୭ ଲକ୍ଷ ୮୧ହଜାର ୨୬୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.