fbpx

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’, ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’ । ଏହାଦ୍ୱାରା ଦେଶଷର ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ବୃହତ୍ ଯୋଜନାରେ କେନ୍ଦ୍ର ସରକାର ୧.୫୨ ଲକ୍ଷ କୋଟି ଟଙ୍କା ନିବେଶ କରିବାର ସମ୍ଭାବନା ରହିଛି । ଘରୋଇ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ୨୮,୬୦୨ କୋଟି ଟଙ୍କାର ବଜେଟକୁ ଓ ବିଭିନ୍ନ ରାଜ୍ୟରେ ୧୨ଟି ନୂଆ ଶିଳ୍ପ ସ୍ମାର୍ଟ ସହର ସ୍ଥାପନାକୁ ମଞ୍ଜୁରୀ ମିଳିଛି । ଦେଶରେ ଏକାଧିକ ନୂଆ ଶିଳ୍ପ ସ୍ମାର୍ଟ ସହର ନିର୍ମାଣ ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହା ବାବଦରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶରେ ଲକ୍ଷାଧିକ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ୧୦ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୩୦ ଲକ୍ଷ ଅପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଛି । ଗତ ବଜେଟରେ ବିଭିନ୍ନ ରାଜ୍ୟ ଓ ଘରୋଇ କ୍ଷେତ୍ରର ସହଯୋଗରେ ୧୦୦ଟି ସହରରେ ‘ପ୍ଲଗ ଆଣ୍ଡ ପ୍ଲେ’ ଶିଳ୍ପ ପାର୍କର ବିକାଶ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଶିଳ୍ପ ସ୍ମାର୍ଟର ସହରଗୁଡ଼ିକର ବିକାଶ ଭାରତର ସ୍ୱର୍ଣ୍ଣିମା ଚତୁର୍ଭୁଜ ନେଟୱାର୍କ ଉପରେ ଆଧାରିତ ରହିବ ଓ ଏହାଦ୍ୱାରା ଦେଶର ଔଧ୍ୟୋଗିକ ପରିଦୃଶ୍ୟ ପରିବର୍ତ୍ତନର ଉଦ୍ଦେଶ୍ୟ ରହିଛି ।

ଔଧ୍ୟୋଗିକ ସ୍ମାର୍ଟ ସିଟି ନ୍ୟାସନାଲ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କରିଡର ପ୍ରୋଗ୍ରାମ (ଏନଆଇଡିସିପି) ଅଧିନରେ ନିର୍ମାଣ କରାଯିବ । ଏହି ଯୋଜନା ମାଧ୍ୟମରେ ୧୦ଟି ରାଜ୍ୟକୁ କଭର କରାଯିବ । ଏହାକୁ ୬ଟି ପ୍ରମୁଖ କରିଡର ସହିତ ରଣନୀତି ଭାବେ ପ୍ଲାନ କରାଯାଇଛି । ଉତ୍ତରାଖଣ୍ଡର ଖୁରପିୟା, ପଞ୍ଜାବର ରାଜପୁରା-ପଟିୟାଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ଼, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରରର ଗୟା, ତେଲେଙ୍ଗାନାର ଜହୀରାବାଦ, ଆନ୍ଧ୍ରପ୍ରଦେଶର ଔକବାକଲ ଓ କୋପାର୍ଥୀ, ରାଜସ୍ଥାନର ଯୋଧପୁର-ପାଲୀରେ ଏହି ଶିଳ୍ପ ସ୍ମାର୍ଟ ସହରଗୁଡ଼ିକୁ ବିକଶିତ କରାଯିବ ।

Get real time updates directly on you device, subscribe now.