fbpx
BJD SKY
BJD SKY

୭ ରାଜ୍ୟରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ; ୧୪ ଲକ୍ଷ ଲୋକେ ପାଇବେ ନିଯୁକ୍ତି

BJD

ନୂଆଦିଲ୍ଲୀ: ଦେଶର ୭ ରାଜ୍ୟରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ପରିଯୋଜନାରେ ଦେଶରେ ୧୪ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ସରକାରଙ୍କ ଏହି ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କରୁ ପୋଷାକ ଉତ୍ପାଦନ ଠାରୁ ଆରମ୍ଭ କରି ସେମାନଙ୍କ ମାର୍କେଟିଂ, ଡିଜାଇନ୍ ଏବଂ ରପ୍ତାନି ପର୍ଯ୍ୟନ୍ତ ସବୁ ସ୍ଥାନ ଗୋଟିଏ ସ୍ଥାନରୁ ସମ୍ଭବ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ ପିଏମ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ୫ଏଫ୍ (ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ୍ ଟୁ ବିଦେଶୀ) ଦର୍ଶନ ଅନୁଯାୟୀ ଟେକ୍ସଟାଇଲ୍ କ୍ଷେତ୍ରକୁ ବୃଦ୍ଧି କରିବ ।

ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ୟୁପିରେ ଏହି ପାର୍କ ପ୍ରତିଷ୍ଠା କରାଯିବ । ଯାହା ଏକ ଖୁସିର କଥା । ଏହି ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ଟେକ୍ସଟାଇଲ କ୍ଷେତ୍ର ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇବ, କୋଟି କୋଟି ନିବେଶ ଆକର୍ଷିତ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଏହା ସହିତ ‘ମେକ୍ ଇନ୍ ଇଣ୍ଡିଆ’ ଏବେ’ମେକ୍ ଫର୍ ୱାର୍ଲ୍ଡ’ର ଏହା ଏକ ଉତ୍ତମ ଉଦାହରଣ ହେବ ।

ଏହି ସ୍କିମ୍‌ରେ ସରକାର ଆଗାମୀ ୫ ବର୍ଷରେ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ଦ୍ୱାରା ୭ ଲକ୍ଷ ପ୍ରତ୍ୟକ୍ଷ ଏବଂ ୧୪ ଲକ୍ଷ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଏହି ମେଗା ପ୍ରକଳ୍ପକୁ ପିପିପି ମୋଡ୍‌ରେ ବିକଶିତ କରାଯିବ । ସରକାର ଏହି ମେଗା ଟେକ୍ସଟାଇଲ୍ ପାର୍କ ବିକଶିତ କରିବାର ଉଦେଶ୍ୟ ହେଉଛି କପଡ଼ା ଉତ୍ପାଦନ ଠାରୁ ଆରମ୍ଭ କରି ମାର୍କେଟିଂ, ଡିଜାଇନ୍ ଏବଂ ରପ୍ତାନି ପର୍ଯ୍ୟନ୍ତ ସବୁ ସ୍ଥାନ ଗୋଟିଏ ସ୍ଥାନରୁ ସମ୍ଭବ ହେବ ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଗୋଟିଏ ସ୍ଥାନରେ ସମସ୍ତ ମୌଳିକ ସୁବିଧା ରହିବା ବୟନ କ୍ଷେତ୍ରକୁ ବୃହତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ରପ୍ତାନି ବଜାରକୁ ବୃଦ୍ଧି କରିବ । ଭାରତର ବୟନ କ୍ଷେତ୍ର ବହୁ ସଂଖ୍ୟକ ଲୋକଙ୍କୁ ରୋଜଗାର ଯୋଗାଇଥାଏ । ତେବେ ଭାରତ ବିଶ୍ୱର ଷଷ୍ଠ ବୃହତ୍ତମ ବସ୍ତ୍ର ରପ୍ତାନୀକାରୀ ରାଷ୍ଟ୍ର ଅଟେ ।

Get real time updates directly on you device, subscribe now.