fbpx
BJD SKY
BJD SKY

ଆଜି ହେବ DA-DR ବୃଦ୍ଧି ଘୋଷଣା? ନିର୍ବାଚନ ପାଖେଇ ଆସୁଛି, କେନ୍ଦ୍ର ସରକାର ନେଇ ପାରନ୍ତି ବଡ଼ ନିଷ୍ପତ୍ତି- ସୂତ୍ର

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଥରେ ନିର୍ବାଚନ ତାରିଖ ଘୋଷଣା ହୋଇଗଲା ପରେ ଦେଶରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହୋଇଯିବ । ତେଣୁ ତା’ ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)କୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଆଜି କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ।

ଆଗକୁ ହୋଲି ଆସୁଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ଉପହାର ଦେଇ ପାରନ୍ତି । ଡିଏ ଓ ଡିଅରନେସ୍ ରିଲିଫ୍ (ଡିଆର)ରେ ୪ ପ୍ରତିଶତ ବୃଦ୍ଧି ହୋଇ ପାରେ । ଏଥର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଞ୍ଜୁରୀ ମିଳିପାରେ । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ ।

ଗତଥର ୪ ପ୍ରତିଶତ ଡିଏ ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ଏଥର ଯଦି କେନ୍ଦ୍ର ସରକାର ପୁଣି ୪ ପ୍ରତିଶତ ବୃଦ୍ଧି କରନ୍ତି ତେବେ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯିବ । ଡିଏ ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କ ଘରଭଡ଼ା ଭତ୍ତା (ଏଚଆରଏ), ଶିଶୁଙ୍କ ଶିକ୍ଷା ଭତ୍ତା (ସିଇଏ), ପରିବହନ ଭତ୍ତା (ଟିଏ)ରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେବ । ଏହାଦ୍ୱାରା ୪୮.୬୭ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଧାରୀ ଉପକୃତ ହେବ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ବୟାନ୍ ଆସିନାହିଁ ।

Get real time updates directly on you device, subscribe now.