fbpx

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଫଳାଫଳ ଘୋଷଣା: OPSC ପକ୍ଷରୁ ୫୯ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା-୨୦୨୧ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଗତବର୍ଷ ନଭେମ୍ବର ମାସ ୧୯ ତାରିଖରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କର ସମ୍ଭାବ୍ୟ ତାଲିକା ଓଡ଼ିଶା ଲୋକସଭା ସେବା ଆୟୋଗ (ଓପିଏସସି) ୱେବସାଇଟରେ ଜାରି କରାଯାଇଛି । ଏହି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।

୧୯ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୫୯ ଜଣ ପ୍ରାର୍ଥୀଙ୍କ ରୋଲ ନମ୍ବର ୱେବସାଇଟରେ ଜାରି କରାଯାଇଛି । ଏହି ସମସ୍ତ ପ୍ରାର୍ଥୀମାନେ ଡକ୍ୟୁମେଣ୍ଟ ଯାଞ୍ଚ ଓ ବ୍ୟକ୍ତିତ୍ୱ ଟେଷ୍ଟ ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୧୮ ଓ ୧୯ ତାରିଖରେ କଟକର ଡ. ପି.କେ ପରିଡ଼ା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହି ପ୍ରକ୍ରିୟାର ସବିଶେଷ ତଥ୍ୟ ଖୁବଶୀଘ୍ର ପ୍ରାର୍ଥୀଙ୍କୁ ସୂଚିତ କରାଇ ଦିଆଯିବ । ଡକ୍ୟୁମେଣ୍ଟ ଯାଞ୍ଚ ପୂର୍ବରୁ ପ୍ରାର୍ଥୀମାନେ ୱେବସାଇଟରୁ ‘ଆଟେଷ୍ଟେସନ ଫର୍ମ’ ଓ ‘ବାୟୋଡାଟା ଫର୍ମ’ ଡାଉନଲୋଡ୍ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.