fbpx
BJD SKY
BJD SKY

ଦେଶୀ ଘିଅକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ଯାଚିକା ଶୁଣି ବିଚାରପତି ଚକିତ

BJD

ନୂଆଦିଲ୍ଲୀ: ଆମେ ଜାଣୁ ସୁପ୍ରିମକୋର୍ଟରେ ବହୁ ବଡ ବଡ ମାମଲାର ଶୁଣାଣୀ ହୋଇଥାଏ । କିନ୍ତୁ ବହୁ ସମୟରେ ଏପରି କିଛି ମାମଲା ସୁପ୍ରିମକୋର୍ଟକୁ ଆସିଥାଏ ଯାହା ଶୁଣିବା ପରେ କେବଳ ବିଚାରପତି ନୁହଁନ୍ତି ସାଧାରଣ ଜନତା ବି ଆଶ୍ଚର୍ଯ୍ୟ ହୋଇପଡନ୍ତି । ଏପରି ଏକ ମାମଲା ବୁଧବାର ଶୁଣାଣୀ ଲାଗି ସୁପ୍ରିମକୋର୍ଟକୁ ଆସିଥିଲା । ଏହି ଯାଚିକାରେ ଘିଅକୁ ନେଇ ପ୍ରଶ୍ନ ଉଠିଥିଲା । ଯାଚିକାକର୍ତ୍ତା ଅଭିଯୋଗ କରିଥିଲେ କି ଘିଅ ପଶୁଧନ ଉତ୍ପାଦ ନୁହେଁ । କାରଣ ଏହା ସିଧା ଗାଈ କି ମଇଁଷି ଠାରୁ ମିଳୁନାହିଁ । ଏହାପରେ ସୁପ୍ରିମକୋର୍ଟ ଟିପ୍ପଣୀ ରଖିଥିଲେ କି ଘିଅକୁ ସେହି ପଶୁର ଉତ୍ପାଦ ବୋଲି ମନେ କରାଯିବ ଯାହାର କ୍ଷୀରରୁ ଏହା ପ୍ରସ୍ତୁତ ହୋଇଛି ।

ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶର ଆଇନ ଜରିଆରେ ଘିଅକୁ ପଶୁଧନ ଉତ୍ପାଦ ଆଖ୍ୟା ଦେଇ ରାଜ୍ୟ ସରକାରଙ୍କ ୧୯୯୪ର ସେହି ଅଧିସୂଚନାକୁ କାଏମ ରଖିଲେ ଯେଉଁଥିରେ ବଜାର ସମିତି ଏହାର କିଣା ଓ ବିକା ଉପରେ ଟିକସ ଲଗାଇବାକୁ ଅଧିକାର ଦିଆଯାଇଛି । ଘିଅର କିଣାବିକାରେ ମାର୍କେଟିଂ ଚାର୍ଜ ଲାଗୁକୁ ନେଇ ପ୍ରଶ୍ନ ବ୍ୟତିତ ସୁପ୍ରିମକୋର୍ଟଙ୍କୁ ଏହା ସ୍ଥିର କରିବାର ଥିଲା କି ଏହା ଆନ୍ଧ୍ରପ୍ରଦେଶ ବଜାର ଅଧିନିୟମ ୧୯୬୬ ର ପ୍ରାବଧାନ ଅନୁଯାୟୀ ଏକ ପଶୁଧନ ଉତ୍ପାଦ ।

ଏହା ଉପରେ ଶୁଣାଣୀ କରି ବିଚାରପତି ସୁଧାଂଶୁ ଧୂଲିଆ ଓ ଏସ.ବି.ଏନ୍ ଭଟ୍ଟୀଙ୍କ ବେଞ୍ଚ କହିଛନ୍ତି ଏହି ତର୍କ ସଂପୂର୍ଣ୍ଣ ନିରାଧାର କି ଘିଅ ଏକ ପଶୁଧନ ଉତ୍ପାଦ ନୁହେଁ । ଘିଅ ବାସ୍ତବରେ ଏକ ପଶୁଧନ ଉତ୍ପାଦ । ଅଧିନିୟମ ଧାରା ୨ (ବି) ଜରିଆରେ ପଶୁଧନର ବ୍ୟାଖ୍ୟା କରାଯାଇଛି । ଏହି ବ୍ୟାଖ୍ୟା ଅନୁଯାୟୀ ଗାଈ ଓ ମଇଁଷି ନିର୍ବିବାଦରେ ପଶୁଧନ ଓ ଘିଅ ଏକ ଦୁଗ୍ଧ ଉତ୍ପାଦ ଯାହା ପଶୁଧନରୁ ପ୍ରସ୍ତୁତ ।

ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ସେହି ନିଷ୍ପତ୍ତି ବିରୁଦ୍ଧରେ ସଙ୍ଗମ ମିଲ୍କ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଯାଚିକାକୁ ଖାରଜ କରି ଦେଇଛନ୍ତି । ଏହାପରେ ରାଜ୍ୟରେ ବଜାର ସମିତି ଦ୍ୱାରା ଘିଅର କିଣାବିକା ଉପରେ ଟିକସ ଲଗାଯିବାର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଛି ।

Get real time updates directly on you device, subscribe now.