fbpx
BJD SKY
BJD SKY

ଇସ୍ତଫା ଦେଲେ ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା, ଆଜି କରିବେ ଶପଥ ଗ୍ରହଣ

BJD

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ଟିପରା ମୋଥା(Tipra Motha) ର ବରିଷ୍ଠ ନେତା ଅନିମେଶ ଦେବବର୍ମା ଗୁରୁବାର ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ବିଶ୍ୱ ବନ୍ଧୁ ସେନଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଥିଲେ । ତାଙ୍କ ସହ ଦଳର ଅନ୍ୟ ଜଣେ ବିଧାୟକ ବୃଷକେତୁ ଦେବବର୍ମା ବିଜେପି ନେତୃତ୍ୱ ସରକାରରେ ମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ।

ତ୍ରିପୁରା ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବା ପରେ ଅନିମେଶ କହିଥିଲେ, ‘ତ୍ରୀପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିପରା ମୋଥାର ୧୩ ଜଣ ବିଧାୟକ ଅଛନ୍ତି । ଏହି ଦଳ ବିଜେପିର ସହଯୋଗୀ ଭାବରେ ସରକାରରେ ମିଶିବ ଏବଂ ତାଙ୍କୁ ଦୁଇଟି ମନ୍ତ୍ରୀ ପଦ ଦିଆଯିବ ।’ କହିରଖୁଛୁ କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ଟିପରା ମୋଥା, ତ୍ରିପୁରା ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜ୍ୟର ଆଧିବାସୀଙ୍କ ସମସ୍ତ ପ୍ରସଙ୍ଗର ସମାଧାନ କରିବା ଦିଗରେ ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା । ବର୍ତ୍ତମାନ ତ୍ରିପୁରା ସରକାରରେ ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ସମେତ ୯ ଜଣ ମନ୍ତ୍ରୀ ଅଛନ୍ତି । ଅନିମେଶ ଦେବବର୍ମା ଏବଂ ବୃଷକେତୁ ଦେବବର୍ମାଙ୍କ ଶପଥ ଗ୍ରହଣ ପରେ ୧୧ ଜଣ ମନ୍ତ୍ରୀ ହୋଇଯିବେ । ନିୟମ ଅନୁସାରେ ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ଜଣ ମନ୍ତ୍ରୀ ରହିପାରିବେ । ତେବେ ନିର୍ବାଚନ ପୂର୍ବରୁ ଟିପରା ମୋଥା ବିଜେପିରେ ସାମିଲ ହେବା ପରେ ଦଳକୁ ଫାଇଦା ହୋଇପାରେ ।

 

Get real time updates directly on you device, subscribe now.