fbpx

(video)ଲାଇଭ୍ କ୍ୟାମେରାରେ ମହିଳା ରିପୋର୍ଟର ସହ ଅଶ୍ଳୀଳ ଆଚରଣ କଲା ରୋବଟ୍‌, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ସମୟ ବଦଳିବାରେ ଲାଗିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ଅସମ୍ଭବକୁ ସମ୍ଭବ କରିପାରୁଛୁ । ଏହି କ୍ରମରେ ରୋବଟମାନେ ଏବେ ମାନବର ବିକଳ୍ପ ଭାବରେ କାମ କଲେଣି । କିନ୍ତୁ ବହୁ ସମୟରେ ରୋବଟ୍ ତିଆରି କରିବା ବେଳେ ମେସିନ୍ କିଛି ତ୍ରୁଟି କରି ଦେଇଥାଏ ଯଦ୍ଦ୍ୱାରା ରୋବଟ୍ ମାନବର ଇଚ୍ଛା ବିପରୀତ କାମ କରିଥାଏ । ସାଉଦି ଆରବରେ ନିର୍ମାଣ ହୋଇଥିବା ପ୍ରଥମ ହ୍ୟୁମାନଏଡ୍ ରୋବଟ୍ ବି ଏପରି କିଛି କାରନାମା କରିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହାର ଅନାବରଣ ସମୟରେ ଲାଇଭ୍ କ୍ୟାମେରା ସାମ୍ନାରେ ଏପରି କିଛି ହୋଇଛି ଯାହା ନିର୍ମାଣକାରୀ ଉପରେ ପ୍ରଶ୍ନ ଛିଡା କରିଦେଇଛି ।

ସାଉଦି ଆରବର ପ୍ରଥମ ହ୍ୟୁମାନଏଡ୍ ରୋବର୍ଟ ଆଣ୍ଡ୍ରଏଡ୍ ମୋହମ୍ମଦ ବିଷୟରେ ରିପୋର୍ଟ ସଂଗ୍ରହ କରିବାକୁ ପହଞ୍ଚିଥିବା ନ୍ୟୁଜ୍ ରିପୋର୍ଟର ରାବ୍ୟା ଅଲ କାସିମୀ ତାକୁ କିଛି ପ୍ରଶ୍ନ କରୁଥିଲେ । ଏହି ସମୟରେ ସେହି ରୋବଟ୍ ମହିଳାଙ୍କ ପଛପଟକୁ ଏପରି ଭାବରେ ସ୍ପର୍ଶ କରିଥିଲା ଯାହା ରାବ୍ୟାଙ୍କୁ ବେଶ୍ ଅସ୍ୱଭାବିକ ଲାଗିଥିଲା । ଏହି ସମସ୍ତ ଦୃଶ୍ୟ ଲାଇଭ୍ କ୍ୟାମେରାରେ କଏଦ ହୋଇଯାଇଥିଲା । ଭିଡିଓରେ ରିପୋର୍ଟର ରାବ୍ୟାଙ୍କୁ ରୋବଟ୍ ନିକଟରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି । ରୋବଟ୍‌ର ହାତ ଚାଳନାରୁ ସେ ରାବ୍ୟାଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବା ନଜର ଆସୁଛି ।

ଭିଡିଓକୁ ସୋସିଆଲ ମିଡିଆରେ ୟୁଜରTansuYegen ସେୟାର କରିଛନ୍ତି । ଏହା ଉପରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ବହୁ ୟୁଜର ରୋବଟର ପ୍ରୋଗ୍ରାମିଂ ଓ କଣ୍ଟ୍ରୋଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରି ଟେକନିକ ନିର୍ମାଣ ସମୟରେ ନୈତିକ ବିଚାରକୁ ମହତ୍ତ୍ୱ ଦିଆଯିବା କଥା ବୋଲି ମଧ୍ୟ ବହୁ ୟୁଜର କହିଛନ୍ତି ।

Get real time updates directly on you device, subscribe now.