fbpx
BJD
BJD SKY
BJD SKY

ଛୋଟ ପିଲାଙ୍କ କାଶକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ବେଳେ ବେଳେ ଦୀର୍ଘ ଦିନ ଧରି କାଶ ସମସା ଦେଖାଦେଇଥାଏ । ଅନେକ ପ୍ରକାର ଔଷଧ ସେବନ କରିବା ପରେ ମଧ୍ୟ କିଛି ଳାଭ ହୋଇନଥାଏ । ବିଶେଷ କରି ଛୋଟ ପିଲାମାନଙ୍କ କ୍ଷେତ୍ରରେ ଶୀଘ୍ର ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ ଫୁସଫୁସ ସଠିକ ଭାବରେ ଶ୍ୱାସକ୍ରିୟା କାମ କରିବାରେ ସକ୍ଷମ ହୁଏ ନାହିଁ। ନିଶ୍ୱାସ ନେବା କଷ୍ଟକର ହୋଇଯାଏ। ଜ୍ୱର ମଧ୍ୟ ଆସିବା ଆରମ୍ଭ କରେ। ଏହାକୁ ନିମୋନିଆ କୁହାଯାଏ। ଯଦି ଠିକ ସମୟରେ ଚିକିତ୍ସା କରା ନ ଯାଏ, ନିମୋନିଆ ମଧ୍ୟ ବିପଜ୍ଜନକ ହୋଇପାରେ। ତେଣୁ, କାଶ ହେବା ମାତ୍ରେ ଘରୋଇ ଉପଚାର ନିଅନ୍ତୁ ଯାହାଫଳରେ କାଶ ନିମୋନିଆରେ ପରିଣତ ନ ହୁଏ।ତେଣୁ ଛୋଟ ପିଲାମାନଙ୍କୁ କାଶ ହେଲେ ମାତା ପିତା ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

-ଜାଇଫଳରେ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ରହିଛି ଯାହା ଫୁଲାକୁ କମ କରିଥାଏ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଅଛି ଯାହା ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରେ । ଏହି ଦୁଇଟିର ମିଶ୍ରଣ ଗଳାର ଫୁଲାକୁ ଦୂର କରିଥାଏ ଏବଂ କାଶରୁ ମୁକ୍ତି ଦେଇଥାଏ। ଅଳ୍ପ ଜାଇଫଳ ପେଷ୍ଟ ଏବଂ ଗୋଟିଏ ଚାମଚ ମହୁକୁ ମିଶ୍ରଣ କରି ଦିନକୁ ୨-୩ ଥର ଗ୍ରହଣ କରିବା ଦ୍ୱାରା ଶୁଖିଲା କାଶରୁ ଆରାମ ମିଳିଥାଏ।

-କାଶ ହେଲେ, ମହୁ ସହିତ ଅଦା ରସ ମିଶାଇ ପିଲାକୁ ଚାଟିବାକୁ ଦେବା ଦ୍ୱାରା ଆରାମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ପିଲାକୁ ଗୋଟିଏ ଚାମଚ ଖାଇବାକୁ ଦିଅନ୍ତୁ। ଏହା କାଶକୁ ନିମୋନିଆରେ ପରିଣତ କରିବ ନାହିଁ।

– ଗରମ ଲୁଣପାଣି ହେଉଛି କାଶ କମାଇବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍‌ରେ ୪-୫ ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳି ଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।

-ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ।

– ଏକ ଚାମଚ ମହୁରେ ୪-୫ଟି ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ, କାଶ ସମସ୍ୟାରୁ ଉପଶମ ମିଳିବ। ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ କାଶ କମାଇଥାଏ।

-ଶୁଖିଲା କାଶ କମାଇବା ଲାଗି ତୁଳସୀପତ୍ର ଓ ଅଦା ରସରେ ମହୁ ମିଶାଇ ଖାଇଲେ ବେଶ୍‌ ଭଲ କାମ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

– କାଶ ହେଉଥିଲେ ଥଣ୍ଡା ପାଣି କିମ୍ବା ଆଇସ୍‌କ୍ରିମ୍‌ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ମଝିରେ ମଝିରେ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ଗଳାକୁ ଆରାମ ମିଳିବ।

Get real time updates directly on you device, subscribe now.