(Video) ପହଲଗାମ୍ ଆତଙ୍କୀ ହାମଲା, ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି
ପହଲଗାମ୍ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ଶାହ ।
ନୂଆଦିଲ୍ଲୀ: ଆଜି ଜମ୍ମୁକାଶ୍ମୀର ପହଲଗାମ୍ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶ୍ରୀନଗରରେ ଆଜି ସେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ସେ ବର୍ତ୍ତମାନ ଆର୍ମି ହସ୍ପିଟାଲରେ ପହଞ୍ଚିଛନ୍ତି ।
ତେବେ ଗତକାଲିର ଘଟଣା ପରେ ସାରା ଭାରତ ସ୍ତବ୍ଧ ହୋଇଯାଇଛି । ଧର୍ମ ପଚାରି ଗୁଳି ଚାଳନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଜମ୍ମୁରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ବିଜେପି ନେତାଙ୍କ ସହ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ପ୍ରକାଶଥାଉକି, ପହଲଗାମ୍ ଗୁଳିକାଣ୍ଡରେ 26ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସୁନ୍ଦର ବୈସରନ ଉପତ୍ୟକାକୁ ଟ୍ରେକିଂ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ଟାର୍ଗେଟ କରାଯାଇଥିଲା। ନରେନ୍ଦ୍ର ମୋଦୀ ତାଙ୍କର ସାଉଦୀ ଆରବ ଆନୁଷ୍ଠାନିକ ଗସ୍ତ ଅଧାରୁ ଛାଡ଼ି ବୁଧବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ, ସେ ତୁରନ୍ତ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବିମାନବନ୍ଦରରେ ଏକ ବଡ଼ ବୈଠକ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅଜିତ ଡୋଭାଲ ଏବଂ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ।
ଅପରପକ୍ଷେ ଅମିତ ଶାହ ଜମ୍ମୁକାଶ୍ମୀର ଆସି ସ୍ଥିତି ତଦାରଖ କରିଛନ୍ତି । ଆଜି ମୃତଦେହ ସେମାନଙ୍କ ପରିବାରକୁ ଦିଆଯିବ ବୋଲି କୁହାଯାଇଛି ।
#WATCH | Union Home Minister Amit Shah pays tributes to the victims of the Pahalgam terror attack, in Srinagar, J&K pic.twitter.com/tPRSj4ewUg
— ANI (@ANI) April 23, 2025