fbpx

ବଡ଼ ଅଘଟଣ: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏକ ଟ୍ରକ ରିଜିଜୁଙ୍କ କାରକୁ ଧକ୍କା ଦେଇଥିବା ଖବର ମିଳିଛି । ତେବେ ଜମ୍ମୁ କଶ୍ମୀରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ରିଜିଜୁ ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ସମୟରେ ଅଚାନକ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜି ଜମ୍ମୁ କଶ୍ମୀରରେ କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କାରକୁ ଏକ ଟ୍ରକ ଟକ୍କର ମାରିଥିଲା । ମାତ୍ର କେନ୍ଦ୍ରମନ୍ତ୍ରୀ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ସେ ଏବେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ଓ ତାଙ୍କୁ କିଛି ବି ଆଘାତ ଲାଗିନାହିଁ । କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ସମୟରେ ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । କାରକେଡ୍ ଯାଉଥିବା ସମୟରେ ଅଚାନକ ଏକ ଟ୍ରକ କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲା ।

ଏହି ଦୁଘଟଣା ପରେ ଘଟଣାସ୍ଥଳରେ ଜନଗହଳି ହେବା ସହ ଚାରିଆଡ଼େ ତୋଫାନ୍ ମଚି ଯାଇଥିଲା । ସଙ୍ଗେସଙ୍ଗେ ସୁରକ୍ଷାକର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ କାରରୁ ଓହ୍ଲାଇ ଆଣି ଅନ୍ୟ ଗାଡ଼ିରେ ବସାଇଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିବା ସହ ତନାଘନା ଆରମ୍ଭ କରିଦେଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଏକ କାର ଟକ୍କର ମାରୁଥିବା ଦେଖାଯାଉଛି । ଏହି ସମୟରେ ସୁରକ୍ଷାକର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତର କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.