fbpx
BSKY
BJD YOUTH SKY
BJD MS SKY

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଗାଡ଼ି ଦୁର୍ଘଟଣାଗସ୍ତ: କାରକୁ ପିଟିଲା କଣ୍ଟେନର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଏକ କଣ୍ଟେନର ପିଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଶ୍ରୀ ଅଠାୱାଲେଙ୍କ କାରର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଛି । ଅଚାନକ ବ୍ରେକ ଦେବା ପରେ କଣ୍ଟେନରଟି କାର ସହ ଧକ୍କା ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି । କଣ୍ଟେନରଟି ଚାଲୁଥିବା ସମୟରେ ଅଚାନକ ବ୍ରେକ ଦେବାରୁ ଏହି ଅଘଟଣ ଘଟିଥିଲା । ତେବେ ଏହି ଦୁର୍ଘଟଣାରୁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । a

Get real time updates directly on you device, subscribe now.