fbpx

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ!

ମୁମ୍ବାଇ: ‘Deepfake’ ଭିଡିଓକୁ ନେଇ ସବୁଠି ଖୁବ୍ ଚର୍ଚ୍ଚା ଧରିଛି। ଆଉ ଏହି ଡିପଫେକ୍ ଭିଡିଓକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତା ପ୍ରକଟ କଲାଣି। ବଲିଉଡ଼ ଏବଂ କ୍ରୀଡ଼ା ସେଲିବ୍ରିଟିମାନେ ଏହାର ଶିକାର ହେଉଥିବାବେଳେ ବର୍ତ୍ତମାନ ରାଜନୀତି ସହ ଜଡ଼ିତ ଥିବା ଲୋକମାନେ ମଧ୍ୟ ଡିପଫେକର ସମ୍ମୁଖୀନ ହେଲେଣି। ଆଉ ଏହା ମଧ୍ୟରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଡିପଫେକ୍‌ର ଶିକାର ହୋଇଥିବା ଜଣାପଡିଛି। ତେବେ ଡିପଫେକ୍‌ ଦ୍ୱାରା ମେଲୋନିଙ୍କ ଅଶ୍ଲୀଳ(ପର୍ଣ୍ଣ) ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେଲୋନି ଏକ ମାନହାନୀ ମାମଲା ରୁଜୁ କରି ୯୦ ଲକ୍ଷ ଟଙ୍କା ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଡିପଫେକ୍‌ ଦ୍ୱାରା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କର ଅଶ୍ଳୀଳ(ପର୍ଣ୍ଣ) ଭିଡିଓ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଏହି ଡିପଫେକ୍‌ ଭିଡିଓଟି ୨୦୨୨ରେ ଭାଇରାଲ ହୋଇଥିଲା। ଯେବେ ମେଲୋନି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ଉକ୍ତ ଭିଡିଓକୁ ଆମେରିକାର ଏକ ପର୍ଣ୍ଣ ୱେବସାଇଟ୍‌ରୁ ଅପଲୋଡ୍‌ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଭିଡିଓ ଅପଲୋଡ୍‌ ହୋଇଥିବା ଫୋନ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ୭୩ ବର୍ଷୀୟ ବାପା ଏହି କାଣ୍ତ କରିଥିବା ସୂଚନା ମିଳିଛି।
ସେପଟେ ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଲୋନି ଜୁଲାଇ ୨ରେ କୋର୍ଟରେ ହାଜର ହେବେ।

ମେଲୋନିଙ୍କ ପକ୍ଷରୁ ମାନହାନୀ ମାମଲା ରୁଜୁ କରାଯିବା ଓ ୯୦ ଲକ୍ଷ ଟଙ୍କା ଦାବିକୁ ନେଇ ମେଲୋନିଙ୍କ ଟିମ୍‌ କହିଛି ଯେ, ଏହି ଟଙ୍କାରେ ପୁରୁଷ ମାନଙ୍କ ଦ୍ୱାରା ନିର୍ୟାତନା ଶିକାର ହୋଇଥିବା ପୀଡିତ ମହିଳାଙ୍କ ଉପରେ ଖର୍ଚ୍ଚ କରାଯିବ। ବର୍ତ୍ତମାନ ସମୟରେ ଡିପଫେକ୍‌ର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଡିପଫେକ୍‌ ବିଷୟବସ୍ତୁ ତିଆରି କରିବା ପାଇଁ AI ର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।

 

Get real time updates directly on you device, subscribe now.