fbpx
BSKY SKY
BSKY SKY

ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ ହେଲା ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ: କିଏ କେତେ କିଣିଛି ଓ କେଉଁ ପାର୍ଟିକୁ ଦେଇଛି, ଲିଷ୍ଟ ଦେଖନ୍ତୁ

BSKY

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ନିର୍ବାଚନୀ ବଣ୍ଡ ସହ ଜଡ଼ିତ ତଥ୍ୟକୁ ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ଏସବିଆଇ ଉପଲବ୍ଧ କରାଇଛି । ଏହି ତଥ୍ୟରେ ବଣ୍ଡର ଅଲଫା ନ୍ୟୁମେରିକ ନମ୍ବର ବା ୟୁନିକ ନମ୍ବର, ବଣ୍ଡର ମୂଲ୍ୟ, କ୍ରେତାଙ୍କ ନାମ, ଗ୍ରହିତା ପାର୍ଟିର ନାମ, ପାର୍ଟିର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ ଡିଜିଟ ନମ୍ବର, ବଣ୍ଡର ମୂଲ୍ୟ / ନମ୍ବର ସାମିଲ ରହିଛି ।

ନିର୍ବାଚନୀ ବଣ୍ଡର ବିସ୍ତୃତ ତଥ୍ୟ ଏସବିଆଇ ପ୍ରଦାନ କରିବା ପରେ ଉକ୍ତ ଡାଟାକୁ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ କରାଯାଇଛି । ଏହା ପୂର୍ବରୁ ଏସବିଆଇ ଅସମାପ୍ତ ଡାଟା ପ୍ରଦାନ କରିଥିଲା । ସେଥିରେ କେବଳ ବଣ୍ଡ କ୍ରେତା ଓ ଗ୍ରହିତାଙ୍କ ବିଷୟରେ ଉଲ୍ଲେଖ ରହିଥିଲା । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଏସବିଆଇ ଏହି ସମ୍ପୂର୍ଣ୍ଣ ଡାଟାକୁ ପ୍ରଦାନ କରିଛି । ଉକ୍ତ ତଥ୍ୟ ଏବେ ଆୟୋଗଙ୍କ ୱେବସାଇଟରେ ଜାରି କରାଯାଇଥିବା ବେଳେ ସେଥିରୁ ସବୁ ଡାଟା ମିଳିପାରିବ ।

ନିର୍ବାଚନୀ ବଣ୍ଡ କ୍ରେତାଙ୍କ ସମ୍ପୂର୍ଣ୍ଣ ଲିଷ୍ଟ:

https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFmSC%2FSz9GPIId9Zlf4WX9G%2FfwrEDQFGDuen%2FyU1C5gVqkKaRPDqHSBCdx74poKJJ7Q%3D%3D

ନିର୍ବାଚନୀ ବଣ୍ଡ ଗ୍ରହିତା ପାର୍ଟିଙ୍କ ସମ୍ପୂର୍ଣ୍ଣ ଲିଷ୍ଟ:

https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFmSC%2FSz9GPIId9Zlf4WX9G%2BbMQG4kb31sE0S7b31iev056VRYj06iIsFTelbq233Uw%3D%3D

Get real time updates directly on you device, subscribe now.