fbpx

ମନ୍ଦିରରେ ଘଣ୍ଟି ବଜାଇବା ସମୟରେ କରନ୍ତୁନି ଏପରି ଭୁଲ୍‌, ଜାଣନ୍ତୁ କ’ଣ ରହିଛି ଶାସ୍ତ୍ର ନିୟମ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ବିଭିନ୍ନ ପ୍ରକାର ନିୟମ ରହିଛି ଯାହାର ପାଳନ ଆଜି ବି ଆମେ ସମସ୍ତେ କରୁଅଛୁ । ଏଥିମଧ୍ୟରୁ ଗୋଟିଏ ନିୟମ ହେଉଛି ମନ୍ଦିରରେ ଘଣ୍ଟି ବଜାଇବା ଯାହାର ପାଳନ ଆଜି ବି ଆମେ ସମସ୍ତେ କରୁଛୁ । ସବୁ ହିନ୍ଦୁ ମନ୍ଦିରରେ ଘଣ୍ଟି ରହିଛି । ଯେତେବେଳେ ଆମେ ମନ୍ଦିର ଯାଇଥାଉ ସେତେବେଳେ ଘଣ୍ଟି ବଜାଇଥାଉ ଓ ମନ୍ଦିରରୁ ପୂଜା ସାରି ଫେରିବା ସମୟରେ ବି ଘଣ୍ଟି ବଜାଇଥାଉ । କିନ୍ତୁ ଆପଣ ଜାଣନ୍ତି କି ମନ୍ଦିରରୁ ଫେରିବା ସମୟରେ କେବେ ବି ଘଣ୍ଟି ବଜାଇବା ଅନୁଚିତ । ବହୁ ଲୋକ ଜାଣନ୍ତି ନାହିଁ କି ମନ୍ଦିରରୁ ଫେରିବା ସମୟରେ କାହିଁକି ଘଣ୍ଟି ବଜାଇବା ଅନୁଚିତ ।

ଧାର୍ମିକ ମାନ୍ୟତା ଅନୁସାରେ ଯେତେବେଳେ ଆମେ ମନ୍ଦିରରେ ପ୍ରବେଶ କରି ଘଣ୍ଟି ବଜାଇ ଥାଉ ସେତେବେଳେ ଆମ ଶରୀରର ସବୁ ନକରାତ୍ମକ ଶକ୍ତି ଘଣ୍ଟି ଧ୍ୱନିରେ ନଷ୍ଟ ହୋଇଯାଇଥାଏ । ଏହାସହିତ ସୁଖ ସମୃଦ୍ଧିର ଦ୍ୱାର ଖୋଲିଯାଇଥାଏ । ଏହା ମଧ୍ୟ କୁହାଯାଏ କି ଘଣ୍ଟ ଧ୍ୱନି ଭଗବାନଙ୍କ ଅତି ପ୍ରିୟ ହୋଇଥାଏ । ଘଣ୍ଟି ବଜାଇ ଭକ୍ତ ଭଗବାନଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମାଗିଥାଏ ଓ ଦେବୀ ଦେବତାଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାଏ ।

ଶାସ୍ତ୍ର ପୁରାଣ ଅନୁସାରେ ମନ୍ଦିରରେ ଘଣ୍ଟି ବଜାଇ ପ୍ରବେଶ କରିବା ଦ୍ୱାରା ଶରୀରରୁ ନକରାତ୍ମକ ଶକ୍ତି ଓ ଚିନ୍ତା ନଷ୍ଟ ହୋଇଯାଏ । ଏହାପରେ ଆମେ ମନ୍ଦିରରେ ଦେବୀ ଦେବତାଙ୍କ ଦର୍ଶନ କରିଥାଉ । ଏହା ଫଳରେ ଆମ ମନ ମଧ୍ୟରେ ସକରାତ୍ମକ ଶକ୍ତି ଓ ଚିନ୍ତାଧାରା ପ୍ରବେଶ କରିଥାଏ । ଏହାପରେ ଆମେ ପ୍ରେମ ଓ ଭକ୍ତି ଭାବରେ ଇଶ୍ୱରଙ୍କୁ ଆରାଧନା କରି ଫେରିଥାଉ । କିନ୍ତୁ ଫେରିବା ସମୟରେ ଘଣ୍ଟି ବଜାଇବା ଦ୍ୱାରା ସମସ୍ତ ସକରାତ୍ମକ ଶକ୍ତି ଘଣ୍ଟି ଧ୍ୱନିରେ ଭ୍ରମିତ ହୋଇ ନଷ୍ଟ ହୋଇଯାଏ । ଏଣୁ ସକରାତ୍ମକ ଶକ୍ତିକୁ ବଜାୟ ରଖିବା ଲାଗି ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଅନୁଚିତ ।

Get real time updates directly on you device, subscribe now.