fbpx
BJD SKY
BJD SKY

ରବିବାର ଦିନ ବ୍ୟାଙ୍କ ଖୋଲା ରହିବା ପଛର କାରଣ ଜାଣନ୍ତୁ: ମାର୍ଚ୍ଚ ୩୧ରେ ୩୩ଟି ବ୍ୟାଙ୍କ ଖୋଲା ରହିବ

BJD

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖ ଦିନ ଅର୍ଥାତ ରବିବାର ଦିନ ବ୍ୟାଙ୍କ ଖୋଲା ରହିବ । ସାଧାରଣ ଭାବେ ପ୍ରତି ରବିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ । ମାତ୍ର ଏଥର ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି । ତେବେ ଆରବିଆଇର ଏପରି ବଡ଼ ନିଷ୍ପତ୍ତି ବିଷୟରେ ଅନେକ ଲୋକ ଜାଣିନଥିବେ । ମାର୍ଚ୍ଚ ୩୧ ରବିବାର ହୋଇଥିଲେ ହେଁ ଆର୍ଥିକ ବର୍ଷ ୨୦୨୩-୨୪ର ଅନ୍ତିମ ଦିନ କାରଣରୁ ସମସ୍ତ ବ୍ୟାଙ୍କ ସାମାନ୍ୟ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷର ମାର୍ଚ୍ଚ ମାସର ୩୧ ତାରିଖ ହେଉଛି ଆର୍ଥିକ ବର୍ଷର ଅନ୍ତିମ ଦିନ । ଏପରି ସ୍ଥିତିରେ ଚଳିତ ବର୍ଷର ସମସ୍ତ ଟ୍ରାଞ୍ଜାକସନ ଏହି ଆର୍ଥିକ ବର୍ଷରେ ସମାପ୍ତ ହେବା ଦରକାର । ତେଣୁ ବର୍ଷର ଶେଷ ଦିନରେ ନେଣଦେଣରେ କୌଣସି ସମସ୍ୟା ସୃଷ୍ଟି ନହେବା ପାଇଁ ଆରବିଆଇ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଆରବିଆଇ ଆକ୍ଟର ସେକ୍ସନ ୪୫ ଅନୁସାରେ ସମସ୍ତ ସରକାରୀ ଓ କିଛି ଘରୋଇ କ୍ଷେତ୍ରର ବ୍ୟାଙ୍କ ମାର୍ଚ୍ଚ ୩୧ରେ ସାମାନ୍ୟ ଭାବେ କାର୍ଯ୍ୟ କରିବେ ।

ଅନ୍ୟ ବ୍ୟାଙ୍କିଂ ସମୟ ଅନୁସାରେ ଏହି ସବୁ ବ୍ୟାଙ୍କଗୁଡ଼ିକ ସେହି ସମୟରେ ଖୋଲା ରହିବ । ଏଥିସହିତ ରାତି ୧୨ଟା ପର୍ଯ୍ୟନ୍ତ ଏନଇଏଫଟି ଓ ଆରଟିଜିଏସରେ ନେଣଦେଣା କରାଯିବ । ସରକାରୀ ଚେକ୍ କ୍ଲିୟରିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟ ୩୩ଟି ବ୍ୟାଙ୍କ ଏଜେନ୍ସି ମାର୍ଚ୍ଚ ୩୧ରେ ଖୋଲା ରହିବ ।

Get real time updates directly on you device, subscribe now.