fbpx

କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ରାହୁଲ ଗାନ୍ଧୀ ଦେଶର ନଂ୧ ଆତଙ୍କବାଦୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି ସେ କହିଛନ୍ତି । ତେବେ ତାଙ୍କ ବୟାନକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ସେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବଡ ଶତ୍ରୁ । ଦେଶର ଏଜେନ୍ସିମାନଙ୍କୁ ତାଙ୍କ ଉପରେ ଧ୍ୟାନ ରଖିବା ଉଚିତ ।

ହିନ୍ଦୁସ୍ତାନୀ ନୁହଁନ୍ତି ରାହୁଲ- କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ଧାର୍ମିକ ସ୍ୱାଧୀନତା ଏବଂ ଶିଖ ସମ୍ପ୍ରଦାୟ ବିଷୟରେ ଦେଇଥିବା ମନ୍ତବ୍ୟର ପ୍ରତିଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁସଲମାନ ତଥା ବର୍ତ୍ତମାନ ଶିଖ ସମ୍ପ୍ରଦାୟକୁ ଟାର୍ଗେଟ କରି ଦେଶ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ଭାରତୀୟ ନୁହଁନ୍ତି । ସେ ଅଧିକାଂଶ ସମୟ ଦେଶ ବାହାରେ ବିତାଇଛନ୍ତି । ସେଠାରେ ତାଙ୍କର ପରିବାର ଏବଂ ବନ୍ଧୁ ଅଛନ୍ତି । ଏହି କାରଣ ଯୋଗୁଁ ସେ ନିଜ ଦେଶକୁ ଅଧିକ ଭଲ ପାଆନ୍ତି ନାହିଁ । ରାହୁଲ ଗାନ୍ଧୀ ବାହାରକୁ ଯାଇ ସବୁ କିଛି ଭୁଲ୍ କୁହନ୍ତି । ବର୍ତ୍ତମାନ ରାହୁଲ ଗାନ୍ଧୀ ବେଳେବେଳେ ଓବିସି ଏବଂ ବେଳେବେଳେ ଜାତି ବିଷୟରେ ବୟାନ ଦେଉଛନ୍ତି । କଂଗ୍ରେସ ମୁସଲମାନମାନଙ୍କୁ ବ୍ୟବହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ବର୍ତ୍ତମାନ ସେମାନେ ଶିଖମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ।

ପାଲଟା ଜବାବ ଦେଲା କଂଗ୍ରେସ- କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ କେବଳ ଏଭଳି ଲୋକଙ୍କୁ ଦୟା କରିପାରିବୁ । କଂଗ୍ରେସରେ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ବିଶୃଙ୍ଖଳା ଥିଲା । ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଥିଲେ ଏବଂ ବର୍ତ୍ତମାନ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇ ନିଜର ବିଶ୍ୱସ୍ତତା ପ୍ରଦର୍ଶନ କରୁଛନ୍ତି । ସେ ଅବିଶ୍ୱାସନୀୟ ବିବୃତ୍ତି ଜାରି ରଖିଛନ୍ତି । ମୁଁ ତାଙ୍କ କଥା ଉପରେ ଆଉ କିଛି କହିବି ନାହିଁ ।

Get real time updates directly on you device, subscribe now.