fbpx

କରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କ ଭାଇ ଜିତେନ୍ଦ୍ର

ମୁଜାଫର ନଗର(ଉତ୍ତର ପ୍ରଦେଶ): କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ୍ ଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ବଲ୍ୟାନ୍ ଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ଦିଲ୍ଲୀ ଏମ୍ସରେ ଜିତେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଉତ୍ତରପ୍ରଦେଶରେ ସଦ୍ୟ ସରିଥିବା ପଞ୍ଚାୟତ ନିର୍ବାଚନରେ ମୁଜାଫରନଗର ଜିଲ୍ଲାର କୁତବାରୁ ଜିତେନ୍ଦ୍ର ବିଜୟୀ ହୋଇଥିଲେ । ନିର୍ବାଚନ ପ୍ରଚାର କାର୍ଯ୍ୟବେଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

 

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ରଙ୍କ ନିଜ ବଡ଼ ଭାଇ ରାହୁଲ ବଲ୍ୟାନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ଋଷିକେଶସ୍ଥିତ ଏକ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.