fbpx
BSKY
BJD MC SKY
BJD YOUTH SKY

ଝିଅ ବିବାହ ପ୍ରସ୍ତୁତିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ୩ ଦିନ ପାଇଁ ବୁକ୍ ହେଲା ଏହି ଦୁର୍ଗ

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସିର୍ଦ୍ଧାଥ-କିଆରାଙ୍କ ବିବାହ ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଝିଅ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେବଳ ସେତିକି ନୁହେଁ ଙ୍ଖିବସର ଦୁର୍ଗ ମଧ୍ୟ ପୁଣି ଚର୍ଚ୍ଚାରେ ରହିଛି । ଝିଅ ବିବାହ ପାଇଁ ସ୍ମୃତି ଇରାନି ରାଜସ୍ଥାନରେ ପହଞ୍ଚିଛନ୍ତି । ଏଥିପାଇଁ ଙ୍ଖିବସର ଦୁର୍ଗକୁ ୩ ଦିନ ପାଇଁ ବୁକ୍ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନ ଏବଂ ଜୁବିନ ଇରାନିଙ୍କ ଝିଅ ଶେନେଲ ଇରାନି ଅର୍ଜ୍ଜୁନ ଭଲ୍ଲାଙ୍କ ସହ ବିବାହ କରିବାକୁ ଯାଉଛିନ୍ତି । ବିବାହର ପ୍ରସ୍ତୁତ ପାଇଁ ଫେବୃଆରୀ ୭, ୮ ଏବଂ ୯ ତିନି ଦିନ ସପରିବାର ସେହି ଦୁର୍ଗରେ ରହିଛନ୍ତି । ଥ୍ରି ଡି ଲାଇଟ୍ ଏବଂ ସାଉଣ୍ଡରେ ଦୁର୍ଗକୁ ସଜାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବିବାହ ଉତ୍ସବକୁ ପରିବାର ଲୋକଙ୍କ ମଧ୍ୟରେ ସୀମିତ ରଖାଯିବ । ଏଥିରେ ଭିଭିଆପି ଯୋଗ ଦେବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କରାଯାଇନାହିଁ ।
ଫେବୃଆରୀ ୭ରେ ସ୍ମୃତି ଇରାନି ଯୋଦ୍ଧା ଏୟାରପୋର୍ଟରେ ପହଞ୍ଚିବା ପରେ ସଡ଼କ ମାର୍ଗ ଦେଇ ଙ୍ଖିବସର ଦୁର୍ଗ ନକିଟରେ ପହଞ୍ଚିଥିଲେ । ତାଙ୍କ ସାଙ୍ଗର ଜୁବିନ ଇରାନିଙ୍କ ପ୍ରଥମ ପତ୍ନୀଙ୍କ ଝିଅ ମଧ୍ୟ ଥିଲେ ।

କିଛି ଦିନ ପୂର୍ବରୁ ସ୍ମୃତି ଇରାନି ସୋସିଆଲ ମିଡିଆରେ ଝିଅ ଶେନେଲ ଇରାନି ଏବଂ ଭାବି ଜ୍ୱାଇଁଙ୍କ ଫଟୋ ସେୟାର କରି ଲେଖିଥିଲେ, ଅଜ୍ଜୁନ ଭଲ୍ଲା ଆମ ହୃଦୟରେ ରହିଛନ୍ତି ଏବଂ ତାଙ୍କୁ ଆମ ପରିବାରକୁ ସ୍ୱାଗତ । ମଜାଳିଆ ଢଙ୍ଗରେ ସେ ଆହୁରି ମଧ୍ୟ ଲେଖିଥିଲେ ଅର୍ଜ୍ଜୁନ ଭଲ୍ଲାଙ୍କୁ ପାଗଳ ଶ୍ୱଶୁରର ସାମ୍ନା କରିବାକୁ ପଡିବ ।

Get real time updates directly on you device, subscribe now.