fbpx
BSKY
BJD MC SKY
BJD YOUTH SKY

ମେହବୁବା ମୁଫତିଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ପିଡିପି ନେତ୍ରୀ ତଥା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଦିଲ୍ଲୀ ପୁଲିସ ଉଠାଇ ନେଇଛି । ବୁଧବାର ସେ ଜମ୍ମୁ-କଶ୍ମୀର ପ୍ରଶାସନର ଏନକାଉଣ୍ଟର ବିରୋଧୀ ଅଭିଯାନକୁ ବିରୋଧ କରି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପହଞ୍ଚିଥିଲେ । ତାଙ୍କ ସହ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ଉଠାଇ ନେଇଛି । ମିଡିଆ ରିପୋର୍ଟ ମୁତାବିକ, ରେଳ ବିଭାଗ ଭବନରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମେହବୁବା ମୁଫତି ଯୋଜନା କରିଥିଲେ ।

ମେହବୁବା ମୁଫତି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଗୁଣ୍ଡା ରାଜ ଚାଲିଛି । ଅଫଗାନିସ୍ତାନ ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ନଷ୍ଟ କରିଦିଆଯିବ । ସେ ଆହୁରି କହିଥିଲେ ଯେ, ଜମ୍ମୁ କଶ୍ମୀର ଜନତା ସେମାନଙ୍କ ସମସ୍ୟା ବିଷୟରେ କେନ୍ଦ୍ରସରକାରଙ୍କୁ ଜଣାଇବାକୁ ଆସଥିିଲେ । କିନ୍ତୁ ଏଠାରେ କହିବାର ସୁଯୋଗ ଦିଆଯାଉନାର୍ହି, ଆମର କଣ୍ଠରୋଧ କରାଯାଉଛି । ଯଦି ଆମେ ସଂସଦ ଆସିବୁନି ତେବେ କେଉଁଠାକୁ ଯିବ । ସମସ୍ୟା ନେଇ କ’ଣ ସଂଯୁକ୍ତରାଷ୍ଟ୍ର ଯିବୁ ବୋଲି ମେହବୁବା ପ୍ରଶ୍ନ କରିଥିଲେ । ଏହା ସହ ତାଙ୍କ ଦଳର କର୍ମକର୍ତ୍ତାମାନେ ବିଜେପି ହାଏ ହାଏ ବୋଲି ନାରା ଦେଇଥିଲେ ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ୨୦ଟି ଜିଲ୍ଲାରେ ଏନକାଉଣ୍ଟର ବିରୋଧୀ ଅଭିଯାନ ଚାଲିଛି । ସରକାର ଜମି ଉଚ୍ଛେଦ ପାଇଁ ଅନେକ ଅଟ୍ଟାଳିକାଗୁଡିକ ଧ୍ୱଂସ କରି ଦିଆଯାଉଛି । ଏହାକୁ ନେଇ ସ୍ଥାନୀୟ ଲେକଙ୍କ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା । ଏହାକୁ ନେଇ ପିପୁଲ୍ସ କନଫରେନ୍ସ ସଭାପତି ସାଜଜାଦ ଲୋନ କହିଥିଲେ ଯେ, ଧର୍ମକୁ ଦୃଷ୍ଟିରେ ରଖାଯାଇ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି । ଏଠାରେ ୯୦-୯୫ ପ୍ରତିଶତ ଲୋକ ମୁସଲମାନ ରହିଛନ୍ତି ।

Get real time updates directly on you device, subscribe now.