fbpx
BSKY
BJD MC SKY
BJD YOUTH SKY

ଶେଷରେ ପାକିସ୍ତାନ ଦେଲା ଏଣ୍ଟ୍ରି: କେରଳରୁ ପଦଯାତ୍ରାରେ ବାହାରିଥିବା ଯୁବକ ଏହି ଦେଶ ହୋଇ ପହଞ୍ଚିବେ ମକ୍କା

ନୂଆଦିଲ୍ଲୀ : ଭାରତର ଜଣେ ପଦଯାତ୍ରା କରି ପାକିସ୍ତାନରେ ପହଞ୍ଚିଛି । ପାକିସ୍ତାନ କୋର୍ଟ ତାଙ୍କୁ ଭିଜା ଦେବାକୁ ମନା କରିଥିଲା । କିନ୍ତୁ ସେ ଏବେ ପାକିସ୍ତାନରେ ପ୍ରବେଶ କରିସାରିଛନ୍ତି । ୨୯ ବର୍ଷୀୟ ଶିହାବ ବାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଥିଲେ । ପାକିସ୍ତାନରେ ବିପୁଳ ମାତ୍ରାରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପାକିସ୍ତାନର ଭଗତ ସିଂହ ମେମୋରିୟଲ ଫାଉଣ୍ଡେସନ୍ ର ଚେୟାରମ୍ୟାନ୍ ଇମ୍ତିୟାଜ୍ କୁରେଶି ଶିହାବଙ୍କ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଭିଜାକୁ ମଞ୍ଜୁର ଦେଇଥିବା ସେ କହିଛନ୍ତି । ଏଥର ସେ ମକ୍କା ପର୍ଯ୍ୟନ୍ତ ପଦଯାତ୍ରା କରିପାରିବେ ।

ଇମ୍ତିୟାଜ୍ କୁରେଶି କହିଛନ୍ତି ଯେ, ଶିହାବେ ଶାନ୍ତି, ପ୍ରେମ ଓ ସାଥୀର ସନ୍ଦେଶ ନେଇ ଆସିଛନ୍ତି । ଲାହୋର କୋର୍ଟ ପରିସରରେ ଶିହାବର ସ୍ୱାଗତ ଉତ୍ସବ କରିବାକୁ ଚାହୁଁଥିଲୁ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ହୋଇପାରିଲା ନାହିଁ ।

ପାକିସ୍ତାନର ଫେଡରଲ ଇନ୍ଭେଷ୍ଟିଗେସନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ହଜ୍ ଯାତ୍ରା ପାଇଁ ଶିହାବ ୩ ହଜାର କିମି ପଦଯାତ୍ରା କରି ବାଘା ବର୍ଡର ନିକଟରେ ପହଞ୍ଚିଥିଲେ, ସେଥିପାଇଁ ମାନବିକତା ଦୃଷ୍ଟିରୁ ତାଙ୍କୁ ଭିଜା ଦିଆଯାଇଛି ।

ସୂଚନାଯୋଗ୍ୟ, କେରଳ ନିବାସୀ ଶିହାବ ଗତବର୍ଷ ମଧ୍ୟ ହଜାର କିମି ଦୂର ଯାତ୍ରା କରି ବାଘା ବର୍ଡର ପର୍ଯ୍ୟନ୍ତ ପହଞ୍ଚିଥିଲେ । କିନ୍ତୁ ଭିଜା ଯୋଗୁଁ ତାଙ୍କୁ ଅଟକାଇ ଦିଆଯାଇଥିଲା । କିନ୍ତୁ ଏଥର ସେ ସାଉଦିଅରବ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ମୁସଲମାନମାନଙ୍କ ପାଇଁ ହଜ୍ ଯାତ୍ରା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସାଉଦିଅରବର ମକ୍କା ସେମାନଙ୍କର ସବୁଠାରୁ ପବିତ୍ର ସହର ।

Get real time updates directly on you device, subscribe now.