fbpx
BJD SKY
BJD SKY

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ବହୁତ ମଉକା ମିଳିଲା କିଛି କରିପାରିଲେ ନାହିଁ, ଆଉ ଏବେ ପ୍ରଗତି ଦେଖିପାରୁ ନାହାନ୍ତି :ମୋଦୀ

BJD

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସଂସଦରେ କଂଗ୍ରେସ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ କେବଳ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସମସ୍ତ ସୁଯୋଗକୁ ନଷ୍ଟ କରିନାହିଁ ବରଂ ପ୍ରତ୍ୟେକ ସୁଯୋଗ କୁ ଅସୁବିଧାରେ ପରିବର୍ତ୍ତନ କରିଛି । ପିଏମ ମୋଦୀ କହିଛନ୍ତି ଯେ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସ୍ୱାଧୀନତା ପରଠାରୁ ସର୍ବାଧିକ ସ୍କାମର ଦଶନ୍ଧି ଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁପିଏର ୧୦ ବର୍ଷ ମଧ୍ୟରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ କୋଣରେ ଆତଙ୍କବାଦୀ ଆକ୍ରମଣ ଘଟୁଥିଲା। ସୂଚନା ଆସୁଥିଲା ଯେ ଜନସାଧାରଣ କୌଣସି ଅଜ୍ଞାତ ଜିନିଷକୁ ସ୍ପର୍ଶ କରିବା ଉଚିତ୍ ନୁହେଁ। କାଶ୍ମୀର ଠାରୁ ଉତ୍ତର ପୂର୍ବ ପର୍ଯ୍ୟନ୍ତ ୧୦ ବର୍ଷ ଧରି କେବଳ ହିଂସା ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ପ୍ଲାଟଫର୍ମରେ ଭାରତର ସ୍ୱର ଏତେ ଦୁର୍ବଳ ଥିଲା ଯେ ବିଶ୍ୱ ଏହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲା । ଆଉ ଆଜି ଦେହ ରେରେ କଣ ସବୁ ପ୍ରଗତି ହେଉଛି ତାହା ଆପଣ ଆକଳନ କରିପାରୁଥିବେ। ମହାମାରୀ ପରେ ମଧ୍ୟ ଦେଶର ଆର୍ଥିକ ଅବସ୍ଥାରେ ଅଗ୍ରଗତି ହେଉଛି । ଯେତେବେଳେ ଦେଶ ଆଜି ପ୍ରଗତିର ପଥରେ ଆଗେଇ ଚାଲିଛି କିଛି ଲୋକ ଦେଶର ପ୍ରଗତିକୁ ପସନ୍ଦ କରୁନାହାଁନ୍ତି।

ସାରା ଦୁନିଆ ଏବେ ଦେଶର ଯାଦୁ ଦେଖୁଛନ୍ତି କିନ୍ତୁ କିଛି ଲୋକଙ୍କୁ ଏହି ଯାଦୁ ଦେଖା ଯାଉ ନାହିଁ । ଟିକାକରଣ ଠାରୁ ଆରମ୍ଭ କରି ସମୃଦ୍ଧିରେ ବିକାଶ ପର୍ଯ୍ୟନ୍ତ ସବୁ ଦିଗରେ ଉନ୍ନତି ହେଉଛି । ଆଉ କିଛି ଲୋକଙ୍କ କଥା ଏହି ସବୁ ସତ୍ୟକୁ ବଦଳାଇ ପାରିବ ନାହିଁ ।

Get real time updates directly on you device, subscribe now.