fbpx

ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ । ତାଙ୍କ ପୂର୍ବରୁ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସାଂସଦ ଭାବେ ଦୁଇ ନେତାଙ୍କ କାର୍ଯ୍ୟକାଳ ଆସନ୍ତା ଗୁରୁବାର ଦିନ ସମାପ୍ତ ହେବାର ଥିଲା । ତେବେ ସାମ୍ବିଧାନିକ ନିୟମ ଅନୁଯାୟୀ ନକଭୀ ଓ ଆରସିପି ଇସ୍ତଫା ଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

କେନ୍ଦ୍ରରେ ମନ୍ତ୍ରୀ ପଦରେ ଥାଇ ସଂସଦର ଉଭୟ ଗୃହର ସଭ୍ୟ ପଦ ହରାଇବା ଏହା ପ୍ରଥମ ଘଟଣା । ଦୁଇ ନେତା ଯଦି ପୁନର୍ବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି, ତେବେ ଆସନ୍ତା ୬ ମାସ ମଧ୍ୟରେ ସେମାନଙ୍କୁ ଲୋକସଭା ବା ରାଜ୍ୟସଭାର ସଭ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ ।

ନିକଟରେ ବିଜେପିର କିଛି ନେତା ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଦଳ ନକଭୀଙ୍କୁ ଟିକେଟ୍ ଦେଇନଥିଲା । ଅନ୍ୟପକ୍ଷରେ ବିହାରର ଜେଡିୟୁର ଏକ ସହଯୋଗୀ ଦଳରୁ ଆସିଥିବା ଆରସିପି ସିଂହ ଗତବର୍ଷ ଜୁଲାଇ ୭ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରସିପିଙ୍କୁ ରାଜ୍ୟସଭା ଟିକେଟ ଦେବାକୁ ମନା କରିଥିଲେ । ନିକଟରେ ତ୍ରିପୁରାରେ ଗୋଟିଏ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିବା ବେଳେ ଆସନ୍ତା କିଛି ମାସ ପର୍ଯ୍ୟନ୍ତ କୌଣସି ଆସନ ଖାଲି ହେବାର ସମ୍ଭାବନା ନାହିଁ ।

Get real time updates directly on you device, subscribe now.